
ନୋଇଡା: ଅବୈଧ ଭାବେ ନିର୍ମିତ ହୋଇଥିବା ସୁପରଟେକ୍ ଟ୍ବିନ୍ ଟାୱାରକୁ ରବିବାର ଅପରାହ୍ଣ ୨.୩୦ ମିିନିଟ୍ରେ ଭଙ୍ଗାଯିବ। ଏଥିନିମନ୍ତେ ଏଡିଫାଇସ ଇଞ୍ଜିନିୟରିଂ ସଂସ୍ଥା ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମାତ୍ର ୯ ସେକେଣ୍ଡ ମଧ୍ୟରେ ଟ୍ବିନ୍ ଟାୱାରଟି ତାସଘର ପରି ଭୁଶୁଡ଼ି ପଡ଼ିବ ବୋଲି ଇଞ୍ଜିନିୟରିଂ ସଂସ୍ଥା ତରଫରୁ ସୂଚନା ଦିଆଯାଇଛି । ଟ୍ବିନ୍ ଟାୱାରକୁ ଧରାଶାୟୀ କରିବାକୁ ୩ହଜାର ୭୦୦ କେଜି ବିସ୍ଫୋରକ ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି । ଟ୍ବିଟ୍ ଟାୱାରରେ ୯୪୦୦ଟି ଗାତ ଖୋଳାଯାଇ ସେଥିରେ ବିସ୍ଫୋରକ ଖଞ୍ଜା ଯାଇଛି। ଟାୱାର ଭାଙ୍ଗିବା ପାଇଁ ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଉଛି । ଟ୍ବିନ୍ ଟାୱାରକୁ ଭଙ୍ଗା ଯିବା ବେଳେ ପ୍ରବଳ ଧୂଳି ଉଠିବ । ଏହାକୁ ଦୃଷ୍ଟିରେ ରଖି ଇଞ୍ଜିନିୟରିଂ ସଂସ୍ଥା ତରଫରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଟ୍ବିଟ୍ ଟାୱାର ଭଙ୍ଗା ଯିବା ପୂର୍ବରୁ ନିକଟରେ ଥିବା ରାସ୍ତାକୁ ସିଲ୍ କରି ଦିଆଯିବ ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍