July 13, 2025

ଆଜି ରାଜ୍ୟରେ ୨୯୧୨ ନୂଆ ପଜିଟିଭ୍ ଚିହ୍ନଟ, ଆଉ ୪୦ ଆକ୍ରାନ୍ତଙ୍କ ମୃତ୍ୟୁ

 

ଭୁବନେଶ୍ୱର : ତିନି ହଜାର ତଳକୁ ଖସିଲା ସଂକ୍ରମଣ । ରାଜ୍ୟରେ ଧୀରେ ଧୀରେ ହ୍ରାସ ପାଉଛି ପଜିଟିଭ୍ ସଂଖ୍ୟା । ଦୈନିକ ସଂକ୍ରମଣରେ ଲଗାତାର ହ୍ରାସ ଦେଖିବାକୁ ମିଳୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୯୧୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୯୩ ହଜାର ୫୦୮କୁ ବୃଦ୍ଧି ପାଇଛି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୨୯୧୨ ଜଣ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୬୭୫ ଲୋକାଲ କେସ୍ ୧୨୩୭ ଜଣ ଚିହ୍ନଟ ହୋଇଛନ୍ତି । ସେପଟେ ଆଜି ଖୋର୍ଦ୍ଧାରୁ ସବାଧିକ ୪୦୧ ପଜିଟିଭ୍‌ ବାହାରିଛନ୍ତି ।

ଆଜି ଅନୁଗୁଳରୁ ୧୧୯, ବାଲେଶ୍ୱରରୁ ୨୨୦, ବରଗଡ଼ରୁ ୩୧, ଭଦ୍ରକରୁ ୧୩୬, ବଲାଙ୍ଗିରରୁ୧୨, ବୌଦ୍ଧରୁ ୧୮, କଟକରୁ ୩୮, ଦେବଗଡ଼ରୁ ୪, ଢେଙ୍କାନାଳରୁ ୪୨,ଗଜପତିରୁ ୧୩, ଗଂଜାମରୁ୧, ଜଗତସିଂହପୁରରୁ ୧୩୧, ଯାଜପୁରରୁ ୨୯୨, ଝାରସୁଗୁଡ଼ାରୁ ୧୪, କଳାହାଣ୍ଡିରୁ ୩୫,କନ୍ଧମାଳରୁ ୩୬, କେନ୍ଦ୍ରାପଡ଼ାରୁ ୭୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କେନ୍ଦୁଝରରୁ ୭୦, ଖୋର୍ଦ୍ଧାରୁ ୪୦୧, କୋରାପୁଟରୁ ୫୪, ମାଲକାନଗିରିରୁ ୪୯,ମୟୂରଭଂଜରୁ୧୭୪, ନବରଙ୍ଗପୁରରୁ ୫୦, ନୟାଗଡ଼ରୁ ୧୪୦,ନୂଆପଡ଼ାରୁ ୮, ପୁରୀରୁ ୧୬୧, ରାୟଗଡ଼ାରୁ ୫୨, ସମ୍ବଲପୁରରୁ ୩୦,ସୁବର୍ଣ୍ଣପୁରରୁ ୧୩, ସୁନ୍ଦରଗଡ଼ରୁ ୭୧, ଷ୍ଟେଟପୁଲରୁ ୬୫ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେପଟେ ଆଜି ରାଜ୍ୟରେ ୪୦ ଜଣ କରୋନା ଆକ୍ରାନ୍ତଙ୍କ ମୁଣ୍ଡ ନେଇଛି କରୋନା । ଫଳରେ ରାଜ୍ୟରେ ମୋଟ୍ କରୋନାଜ ନିତ ମୃତ୍ୟୁ ସଂଖ୍ୟା ୩୮୦୧ରେ ପହଁଚିଛି  । ଆଜି  ଖୋର୍ଦ୍ଧାରୁ ସର୍ବାଧିକ ୯ ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି । ସେହିପରି ବରଗଡ, କଟକ, ନୟାଗଡରୁ ୫ ଜଣ ଲେଖାଏଁ, ଅନୁଗୋଳରୁ ୩, ବାଲେଶ୍ୱର, ଭଦ୍ରକ, ବଲାଙ୍ଗୀର, ବୌଦ୍ଧ, ପୁରୀ, ସୁନ୍ଦରଗଡରୁ ୨ ଜଣ ଲେଖାଏଁ, ଗଞ୍ଜାମରୁ ଜଣେ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।

ସୂଚନାଯୋଗ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ରାଜ୍ୟର ସମୁଦାୟ ପଜିଟିଭ୍ କେଶ୍ ମଧ୍ୟରୁ ଉପକୂଳ ଓ ଉତ୍ତର ଓଡ଼ିଶାର ୯ଟି ଜିଲ୍ଲାରୁ ହିଁ ୬୮.୭ ପ୍ରତିଶତ କେଶ୍ ଆସୁଛି । ଏବେ ୧୬ଟି ଜିଲ୍ଲା ଲୋ ରିସ୍କ, ୧୧ ଜିଲ୍ଲା ମଡରେଟ୍ ବା ମଧ୍ୟମ ଏବଂ ୩ଟି ଜିଲ୍ଲା ହାଇରିସ୍କ ତାଲିକାରେ ରହିଛି । ହାଇରିସ୍କ ଜିଲ୍ଲାଗୁଡ଼ିକ ହେଲା ଖୋର୍ଦ୍ଧା, ପୁରୀ ଓ ଯାଜପୁର। ଏଭଳି ସ୍ଥିତିକୁ ଦେଖି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ଜିଲ୍ଲାପାଳ, ମ୍ୟୁନିସିପାଲଟି କମିଶନରମାନଙ୍କୁ ଚିଠି ରଖି କେଉଁଠି ସଂକ୍ରମଣ ବଢୁଛି ତା ଉପରେ ତୀକ୍ଷଣ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଲକଡାଉନ୍ କୋହଳ କରାଯାଇ ଥିଲେ ମଧ୍ୟ କୋଭିଡ ନିୟମ୍, ଟେଷ୍ଟ, ଟ୍ରାକ୍, ଟ୍ରିଟ୍ ଓ ଭ୍ୟାକସିନେସନ୍ ଉପରେ ଫୋକସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

 

Spread the love