
ଭୁବନେଶ୍ବର : ଆଜି ରାଜ୍ୟର ୧୫ ଜିଲ୍ଲାରେ ଟିକାକରଣ ବନ୍ଦ ରହିବ। ବଲାଙ୍ଗୀର, ବାଲେଶ୍ବର, ବୌଦ୍ଧ, ଦେବଗଡ଼, ଗଞ୍ଜାମ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା ଓ ସୋନପୁରରେ ଟିକାକରଣକୁ ବନ୍ଦ ରଖାଯାଇଛି। ଏହା ପଛରେ କୋଭିସିଲଡ୍ ଟିକାର ଅଭାବ ମୁଖ୍ୟ କାରଣ ରହିଛି। ତେବେ ଆଜି ରାଜ୍ୟରେ ୯ ଲକ୍ଷରୁ ଅଧିକ କୋଭିସିଲଡ୍ ପହଞ୍ଚିବା ପରେ ପୁଣିଥରେ ରାଜ୍ୟରେ ଟିକାକରଣ ଆଗେଇବ ବୋଲି ଆଶା କରାଯାଉଛି।
ଗତ ୩/୪ଦିନ ହେବ ରାଜ୍ୟରେ ଟିକାକରଣ ଧିମେଇ ଯାଇଛି। ଦୈନିକ ୩ଲକ୍ଷ ଟିକା ବଦଳରେ ଏହା ୫୦ ହଜାର ତଳେ ରହିଛି। ଆଜି ରାଜ୍ୟରେ ୧୦୭ ଅଧିବେଶନରେ ୩୧,୨୯୨ଜଣଙ୍କୁ ଟିକା ଦିଆଯାଇଥିଲା। ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୧କୋଟି ୧୯ଲକ୍ଷ ୫୨ହଜାର ୨୪୧ ଡୋଜ୍ ଟିକା ଦିଆଗଲାଣି। ଏଥିରେ ୧୫.୪ ପ୍ରତିଶତ ୧୮-୪୪ବର୍ଗର ଲୋକ ପ୍ରଥମ ଡୋଜ୍ ନେଇଥିବା ବେଳେ ୫୨.୫ ପ୍ରତିଶତ ୪୫ବର୍ଷରୁ ଅଧିକ ପ୍ରଥମ ଡୋଜ୍ ନେଇଛନ୍ତି। ଆଜି ଆସିଥିବା ଟିକାକୁ ମିଶାଇ ରାଜ୍ୟରେ ଏବେ ୧୦ଲକ୍ଷ ୫୫ହଜାର ୮ଶହ କୋଭିସିଲ୍ଡ ଓ ୪ଲକ୍ଷ ୧୮ହଜାର ୪୨୦ କୋଭାକ୍ସିନ୍ ଟିକା ମହଜୁଦ ରହିଛି। ଜିଲ୍ଲାସ୍ତରରେ ଟିକା ପହଞ୍ଚିବା ପରେ ପୁଣିଥରେ ରାଜ୍ୟର ସବୁ ଜିଲ୍ଲାରେ ଟିକାକରଣ ଆରମ୍ଭ ହେବ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍