
ସରକାର ଜାମ୍ମୁ କାଶ୍ମୀରରୁ ଆତଙ୍କବାଦର ମୂଳୋତ୍ପାଟନ କରିବାକୁ ପ୍ରତିଶ୍ରୁତିବଦ୍ଧ ଓ ସେଠାରେ ଯେପରି କୌଣସି ସାଧାରଣ ଲୋକ ଆତଙ୍କବାଦର ଶିକାର ନ ହୁଅନ୍ତି, ତାହା ସରକାର ନିଶ୍ଚିତ କରିବେ ବୋଲି ସ୍ଵରାଷ୍ଟ୍ରମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ ସମଗ୍ର ଜାମ୍ମୁ କାଶ୍ମୀର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ଏକ ସ୍ୱତନ୍ତ୍ର ଗୁରୁତ୍ୱ ବହନ କରେ। ୩ ଦିନ ଧରି ଜାମ୍ମୁ କାଶ୍ମୀର ଗସ୍ତରେ ଥିବା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ସକାଳେ ଦିଲ୍ଲୀକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତାଙ୍କ ଗସ୍ତର ଶେଷ ଦିନରେ ଗତକାଲି ସେ ପୁଲୱାମାର ଲେଥପୋରା ଠାରେ ସିଆରପିଏଫ କ୍ୟାମ୍ପସରେ ରାତ୍ରି ଯାପନ କରିଥିଲେ। ୨୦୧୯ ମସିହାରେ ସେଠାରେ ପାକିସ୍ତାନ ଆତଙ୍କବାଦୀମାନେ ସିଆରପିଏଫ ଗାଡ଼ିଗୁଡ଼ିକ ଉପରେ ଆକ୍ରମଣ କରିଥିଲେ ଓ ଏଥିରେ ୪୦ଜଣ ଯବାନ ଶହୀଦ ହୋଇଥିଲେ। ଜାମ୍ମୁ କାଶ୍ମୀର ଗସ୍ତ ଅବସରରେ ଶ୍ରୀ ଶାହା ସୈନିକ ସମ୍ମେଳନରେ ଯୋଗଦେବା ସହ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ସିଆରପିଏଫ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ସ୍ୱରାଷ୍ଟ୍ରମନ୍ତ୍ରୀ ସେଠାରେ ୫୦୦ଶଯ୍ୟା ବିଶିଷ୍ଟ ବେମିନା ହସ୍ପିଟାଲକୁ ଉଦ୍ଘାଟନ କରିଥିଲେ। ସେହି ହସ୍ପିଟାଲ ୧୧୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି। ସେ ହଣ୍ଡୱାରା ମେଡ଼ିକାଲ କଲେଜ ଓ ସଡ଼କ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସେଗୁଡ଼ିକ ବାବଦରେ ୪ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍