
ଭୁବନେଶ୍ବର: କୋଭିଡ ସଂକ୍ରମିତ ହୋଇଥିବା ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ଵଭୂଷଣ ହରିଚନ୍ଦନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ନିଜ ଟୁଇଟରରେ ଲେଖିଛନ୍ତି, ଆନ୍ଧ୍ରପ୍ରଦେଶର ମାନ୍ୟବର ରାଜ୍ୟପାଳ ତଥା ବରିଷ୍ଠ ରାଜନେତା ବିଶ୍ଵଭୂଷଣ ହରିଚନ୍ଦନ କୋଭିଡ ସଂକ୍ରମିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ନେଇ ଅବଗତ ହେଲି। ତାଙ୍କର ଆଶୁଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି।
ମିଳିଥିବା ସୂଚନା ଅନୁଯାୟୀ, ଦୁଇ ଦିନ ପୂର୍ବେ ଦିଲ୍ଲୀରୁ ଫେରିଥିବା ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ଵଭୂଷଣ ହରିଚନ୍ଦନ ଥଣ୍ଡା ଏବଂ କାଶରେ ପୀଡ଼ିତ ଥିବା ଜଣାଯାଇଥିଲା। ଏହାପରେ ୮୭ ବର୍ଷିୟ ହରିଚନ୍ଦନଙ୍କୁ ବୁଧବାର ସକାଳେ ଅସୁସ୍ଥ ହେବା ପରେ ବିଜୟୱାଡାରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ହାଇଦ୍ରାବାଦକୁ ଅଣାଯାଇଥିଲା। ତାଙ୍କୁ ଏଠାରେ ଗଞ୍ଚିବୋଉଲିର ଏଆଇଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି। ତାଙ୍କ ପରିବାର ସଦସ୍ୟ ଡାକ୍ତରଖାନାରେ ତାଙ୍କ ସହ ଥିବା ରସୂଚନା ମିଳିଛି।
ସୂଚନାଯୋଗ୍ୟ, ଓଡ଼ିଶାର ବରିଷ୍ଠ ବିଜେପି ନେତା ବିଶ୍ଵଭୂଷଣ ହରିଚନ୍ଦନ୨୦୧୯ ଜୁଲାଇ ୨୪ ତାରିଖରେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍