
ବିହାର: ଆଜି ନୀତୀଶ ତେଜସ୍ୱୀ ମହାମେଣ୍ଟ ସରକାରର ଅଗ୍ନିପରୀକ୍ଷା ହେବ । ବିହାର ବିଧାନସଭାରେ ବହୁମତ ପରୀକ୍ଷା ହେବାକୁ ଥିବା ବେଳେ ବର୍ତ୍ତମାନ ବିଧାନସଭା ବାଚସ୍ପତି ବିଜୟ କୁମାର ସିହ୍ନା ବିଧାନସଭାକୁ ସମ୍ବୋଧିତ କରୁଛନ୍ତି । ଫ୍ଲୋର ଟେଷ୍ଟ ପୂର୍ବରୁ ବିହାରରେ ପଲିଟିକାଲ ହାଇଡ୍ରାମା ଦେଖିବାକୁ ମିଳିଛି । ଅବିଶ୍ବାସ ପ୍ରସ୍ତାବ ଥିବା ସତ୍ତ୍ବେ ପଦରୁ ଇସ୍ତଫା ଦେଇ ନାହାନ୍ତି ବାଚସ୍ପତି ବିଜୟ ସିହ୍ନା । ବିଜୟ ବାଚସ୍ପତି ପଦରୁ ଇସ୍ତଫା ଦେବାକୁ ମନା କରିଥିବା ବେଳେ ଭାଙ୍ଗିଯିବି ପଛେ ନଇଁବି ନାହିଁ ବୋଲି କହିଛନ୍ତି ।
ସୂଚନା ଥାଉ କି ଏହା ପୂର୍ବରୁ ଆରଜେଡି ନେତାଙ୍କ ଉପରେ ଚଢ଼ାଉ କରିଥିଲା ସିବିଆଇ । ଯାହା ଫଳରେ ଆରଜେଡିର ନେତା ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଆଜିର ବହୁମତ ପରୀକ୍ଷାକୁ ନେଇ ଆଜି ବିହାର ରାଜନୀତି ଆହୁରି ସରଗରମ ହୋଇଛି । ବିହାରରେ ବିଜେପି ଓ ସିପିଆଇ ବିଧାୟକ ମାନେ ବିରୋଧ ପ୍ରଦର୍ଶନ କରିଛନ୍ତି ।
ଆଉ ଅଳ୍ପ ସମୟ ମଧ୍ୟରେ ନୀତୀଶ ତେଜସ୍ୱୀ ମହାମେଣ୍ଟ ସରକାରର ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ । ଏବେ ବିହାର ବିଧାନସଭା ଦ୍ୱାରା ଡକାଯାଇଥିବା ସ୍ୱତନ୍ତ୍ର ଅଧିବେଶନର ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ସମୟରେ ବିଧାନସଭା ବାହାରେ ବିଜେପି ଏବଂ ସିପିଆଇର ବିଧାୟକ ମାନେ ପ୍ରଦର୍ଶନ ଆରମ୍ଭ କରିଛନ୍ତି ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍