March 10, 2026

ଆଶ୍ବସ୍ତି: ୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ପାଇଁ କୋଭାକ୍ସିନକୁ ଅନୁମତି

 

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ନିଜ ପିଲାମାନଙ୍କ ପାଇଁ କରୋନା ଟିକାକୁ ଅପେକ୍ଷା କରିଥିବା ଅଭିଭାବକଙ୍କ ପାଇଁ ଆଶ୍ବସ୍ତିକର ଖବର। ଡ୍ରଗ୍ସ କ​ଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ ପିଲାଙ୍କ ପାଇଁ ଟିକାକରଣକୁ ମଞ୍ଜୁରୀ ଦେଇଛନ୍ତି। ଭାରତ ସରକାର ୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ପାଇଁ କୋଭାକ୍ସିନର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ କରିଛନ୍ତି। ଏଥିସହ କୋଭାକ୍ସିନ୍ ଦେଶର ପ୍ରଥମ ଟିକା ହୋଇପାରିଛି, ଯାହା ପିଲାମାନଙ୍କ ଉପରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦିତ ହୋଇଛି। ଭାରତ ବାୟୋଟେକ୍‌ ଓ ଆଇସିଏମଆର ମିଳିତ ଭାବେ କୋଭାକ୍ସିନକୁ ପ୍ରସ୍ତୁତ କରିଛନ୍ତି। ଏହି ଅନୁମୋଦନ ପରେ ୨ରୁ ୧୮ ବର୍ଷ ବୟସର ପିଲାମାନଙ୍କ ଟିକାକରଣ ପାଇଁ କେନ୍ଦ୍ର ସରକାର ଖୁବ ଶୀଘ୍ର ନିର୍ଦ୍ଦେଶନାମା ଜାରି କରିବେ।​‌

ସୂଚନାଯୋଗ୍ୟ, ପିଲାଙ୍କ ଟିକାକରଣ ପାଇଁ ଅନୁମତି ମିଳିବା ପୂର୍ବରୁ କୋଭାକ୍ସିନକୁ ଏକ ଦୀର୍ଘ ପରୀକ୍ଷା ଦେଇ ଗତି କରିବାକୁ ପଡିଥିଲା। ଭାରତ ବାୟୋଟେକ୍ ୧୮ ବର୍ଷରୁ କମ୍ ବୟସ୍କ ପିଲାମାନଙ୍କ ଉପରେ ତିନୋଟି ପର୍ଯ୍ୟାୟ ପରୀକ୍ଷା ଶେଷ କରିସାରିଛି। ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷା ସେପ୍ଟେମ୍ବରରେ ଶେଷ ହୋଇଥିଲା। ଏହା ପରେ ଭାରତ ବାୟୋଟେକର କୋଭାକ୍ସିନକୁ ମଞ୍ଜୁରୀ ମିଳିଛି।

 

Spread the love