September 19, 2024

Satya News

odia news channel

ଆସିଲା ବନ୍ୟା କ୍ଷୟକ୍ଷତି ରିପୋର୍ଟ; ନଷ୍ଟ ହୋଇଛି ୧ଲକ୍ଷ ୨୦ ହଜାର ହେକ୍ଟର ଚାଷ ଜମି

 

ଭୁବନେଶ୍ୱର: ବନ୍ୟା ଉଜାଡ଼ିଛି ଚାଷୀଙ୍କ ସୁନାର ଫସଲ । ବନ୍ୟାରେ କ୍ଷୟକ୍ଷତି ହୋଇଥିବା ନେଇ ରିପୋର୍ଟ ଆସିଛି । ବନ୍ୟା ଯୋଗୁ ରାଜ୍ୟର ୧ଲକ୍ଷ ୨୦ ହଜାର ହେକ୍ଟର ଚାଷ ଜମି ନଷ୍ଟ ହୋଇଛି ବୋଲି ସୂଚନା ଦିଆଯାଇଛି । ତାହା ସହ କୁହାଯାଇଛି କି, ବନ୍ୟା ପାଣି ପ୍ରଭାବରେ ରାଜ୍ୟର ୨୪ ଜିଲ୍ଲା ପ୍ରଭାବିତ ହୋଇଛି । ସେଥି ମଧ୍ୟରୁ ୧୦ ଜିଲ୍ଲାରେ ଚାଷୀ ମାନେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । ଚାଷ ଜମିରେ ବନ୍ୟାପାଣି ମାଡ଼ି ଯିବାରୁ ବ୍ୟାପକ ଫସଲ ନଷ୍ଟ ହୋଇଛି । ରାଜ୍ୟର ୩ ଜିଲ୍ଲା ଅର୍ଥାତ୍‌ ପୁରୀ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । ଚାଷୀମାନଙ୍କ ସମସ୍ତ ପରିଶ୍ରମ ଧୋଇନେଇଛି ବନ୍ୟାପାଣି । କେବଳ ଜଗତସିଂହପୁର ଜିଲ୍ଲାରେ ୨୪୨୦ ହେକ୍ଟର ଚାଷଜମି ନଷ୍ଟ ହୋଇଥିବା ସୂଚନା ଦିଆଯାଇଛି । ସେହିପରି ପୁରୀ ଓ କେନ୍ଦ୍ରାପଡ଼ାରେ ମଧ୍ୟ ଚାଷୀଙ୍କ ଝାଳବୁହା ପରିଶ୍ରମ ନଷ୍ଟ କରିଛି ବନ୍ୟା ପାଣି । ଅନ୍ୟ ୨୧ ଜିଲ୍ଲାରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି ।

Spread the love