
ନୂଆଦିଲ୍ଲୀ: ଦେଶରେ ବଢିଚାଲିଥିବା କରୋନା ସଂକ୍ରମଣକୁ ରୋକିବାକୁ ଟିକା ହିଁ ଏକମାତ୍ର ମାଧ୍ୟମ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ହେଲେ ଟିକାକୁ ନେଇ ଅନେକ ଗୁଜବ ଉଠିବା ପରେ କିଛି ଲୋକଙ୍କ ମନରେ ଟିକାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଲୋକଙ୍କୁ ଟିକା ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ସରକାରୀ ଓ ବେସରକାରୀ ସ୍ତରରେ ଅନେକ ଆକର୍ଷଣୀୟ ଉପହାର ମଧ୍ୟ ଘୋଷଣା କରାଯାଉଛି । ଏହି କ୍ରମରେ ଦେଶର ସବୁଠାରୁ ବଡ ଏୟାର ଲାଇନ୍ସ କୁହାଯାଉଥିବା ଇଣ୍ଡିଗୋ ତା’ର ଯାତ୍ରୀମାନଙ୍କ ପାଇଁ ଟିକେଟ ଉପରେ ରିହାତି ଘୋଷଣା କରିଛି ।
ଇଣ୍ଡିଗୋ ଏୟାର ଲାଇନ୍ସ ପକ୍ଷରୁ ‘ଭ୍ୟାକ୍ସି ଫେୟାର’ ନାମରେ ଏକ ଅଫର ଲାଞ୍ଚ କରାଯାଇଛି । ଏହି ଅଫର କେବଳ ଟିକା ନେଇଥିବା ଯାତ୍ରୀମାନଙ୍କ କ୍ଷେତ୍ରରେ ଲାଗୁ କରାଯିବ । କମ୍ପାନି ତରଫରୁ କୁହାଯାଇଛି କି ଯେଉଁ ଲୋକମାନେ ଟିକା ନେବା ପରେ ଇଣ୍ଡିଗୋ ବିମାନରେ ଯାତ୍ରା କରୁଛନ୍ତି, ସେମାନଙ୍କୁ ଟିକେଟର ପ୍ରକୃତ ମୂଲ୍ୟ ଉପରେ ୧୦ ପ୍ରତିଶତ ରିହାତି ଦିଆଯିବ ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍