February 13, 2026

ଉଦୟପୁର ଡିଗ୍ରୀ ମହାବିଦ୍ୟାଳୟରେ ସ୍ବଚ୍ଛ ଭାରତ ସଚେତନତା କାର୍ଯ୍ୟକ୍ରମ

 

ପାଟଣା: କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଅନ୍ତର୍ଗତ ଉଦୟପୁର ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟରେ ଆଜି ଜାତୀୟ ସେବା ଯୋଜନା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମହାବିଦ୍ୟାଳୟର ଅଧ୍ୟକ୍ଷ ସନାତନ ପଲେଇ, ଅଧ୍ୟାପକ ଜ୍ଞାନ ରଞ୍ଜନ ମିଶ୍ର, ହିରାଲାଲ ମହାନ୍ତ, ରୀୟଯୁଲ ହକ୍ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ଥିବା ବେଳେ ଜାତୀୟ ସେବା ଯୋଜନାରେ ସାମିଲ ଛାତ୍ରଛାତ୍ରୀ ମାନେ ମୋ ପାଇଁ ନୁହେଁ ଆପଣମାନଙ୍କ ପାଇଁ ଶୀର୍ଷକ ଆଲୋଚନା ଚକ୍ରରେ ଭାଗ ନେଇଥିଲେ। କାର୍ଯ୍ୟକ୍ରମରେ ଶେଷରେ ଛାତ୍ରଛାତ୍ରୀ ମାନେ ମହାବିଦ୍ୟାଳୟ ପରିସରରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ଅନ୍ତର୍ଗତ ସଫେଇ ଅଭିଯାନ କରିଥିଲେ।

Spread the love