
ବାରିପଦା ୩୦।୭: ବିଲ ଦେଖିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର । ମୟୂରଭଞ୍ଜ ଜିଲ୍ଲା ସାରଶକଣା ବ୍ଲକ ଡିଘି ଗାଁର ୪୮ ବର୍ଷ ବୟସ୍କ ଭାଜରାୟ ମାଝି ନାମକ ଜଣେ ବ୍ୟକ୍ତି ଶୁକ୍ରବାର ଭୋର ସମୟରେ ନିଜ ବିଲକୁ ପାଣି ଦେଖିବାକୁ ଯାଇଥିବା ସମୟରେ ୩ଟି ଭାଲୁ ତାଙ୍କୁ ଆକ୍ରମଣ କରିଥିଲେ ।
ତେବେ ସେଠାରୁ ସେ କୌଣସି ମତେ ଖସି ଆସି ନିଜ ବିଲ ଆଡିରେ ପଡି ରହି ଚିତ୍କାର କରୁଥିଲେ । ଏହା ଶୁଣି ପାଖରେ ଥିବା ଗ୍ରାମବାସୀମାନେ ତାଙ୍କୁ ସେଠାରୁ ଉଦ୍ଧାର କରି ବାରିପଦା ପି.ଆର୍.ଏମ. ମେଡିକାଲ କଲେଜରେ ଭର୍ତ୍ତି କରିଛନ୍ତି । ଭାଜରାୟଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ଡାହାଣ ହାତ ଭାଙ୍ଗି ଯାଇଛି । ତେବେ ଏବେ ସେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍