
ସିନ୍ଧେକେଲା : ବଙ୍ଗୋମୁଣ୍ଡା ବ୍ଲକ୍ ଠେମରା ପଞ୍ଚାୟତ ବରକାନି ଗାଁରେ ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ଉତ୍କଳ ସେବକ ସମାଜ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା ଯୋଗଦେଇ ଏଚ୍ଆଇଭି ସଂକ୍ରମିତମାନେ କୋଭିଡ ଟିକା ନେଇ କରୋନା ମହାମାରୀରୁ ନିଜକୁ ତଥା ନିଜ ପରିବାର ଓ ସମାଜକୁ ସୁରକ୍ଷିତ ରଖିବାକୁ ଆହ୍ବାନ ଦେଇଥିଲେ। ଏହା ସହିତ ବିଧାୟକ ରାସନ କିଟ୍, ସାନିଟାଇଜର ଓ ମାସ୍କ ବଣ୍ଟନ କରିଥିଲେ। ଅବହେଳିତମାନଙ୍କୁ ବିଧାୟକ ଶ୍ରୀ ସଲୁଜା ସାଧନ ଅନୁସାରେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଭୋଳାନାଥ ବେହେରା, ଲକ୍ଷ୍ମୀକାନ୍ତ ବାଗ, ଜିଲ୍ଲା ପରିଷଦ ସଦସ୍ୟ ବେଲାରସେନ ବେହେରା, ଗୋପୀନାଥ ସାହୁ, ରାଧାମୋହନ ବେହେରା, ଗଣେଶ୍ୱର ସାହୁ ପ୍ରମୁଖ ଉପସ୍ଥିତଥିଲେ। ଉତ୍କଳ ସେବକ ସମାଜର ଜିଲ୍ଲା ସଂଯୋଜକ ମହେନ୍ଦ୍ର ନନ୍ଦ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଜିତେନ୍ଦ୍ର ସାଗର, ପ୍ରବାସ ନାଗ, ରାଜେନ୍ଦ୍ର ସାହୁ, ରସିକ ବାହ, ରଜନୀ ଜାନୀ, ଭୀଷ୍ମ ବାରିକ, ଟିପୁନ ଠେଲା, ଜିତେନ୍ଦ୍ର ବାଗ, ଦିବାକର ବାଗ ପ୍ରମୁଖ ସହଯୋଗ କରିଥିଲେ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍