September 19, 2024

Satya News

odia news channel

ଏସିଆ କପ୍‌ କ୍ରିକେଟ : ହଂକଂକୁ ହରାଇ ସୁପର-୪ରେ ପାକିସ୍ତାନ

 

ସାରଜା  : ଏସିଆ କପ୍‌ ଟ୍ବେଣ୍ଟି-୨୦ କ୍ରିକେଟ-୨୦୨୨ର ସୁପର-୪ରେ ପାକିସ୍ତାନ ପ୍ରବେଶ କରିଛି। ଶୁକ୍ରବାର ସାରଜାରେ ଖେଳାଯାଇଥିବା ​‌େ​‌ଶଷ ଲିଗ୍‌ ମ୍ୟାଚରେ ପାକିସ୍ତାନ ୧୫୫ରନରେ ହଂକଂକୁ ପରାସ୍ତ କରିଛି। ପାକିସ୍ତାନ ପ୍ରଥମ ମ୍ୟାଚରେ ଭାରତ ନିକଟରୁ ପରାଜିତ ହୋଇଥିବାବେଳେ ଦ୍ବିତୀୟ ମ୍ୟାଚରେ ହଂକଂକୁ ପରାସ୍ତ କରି ସୁପର-୪ରେ ପ୍ରବେଶ କରିଛି। ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ମହମ୍ମଦ ରିଜ୍‌ୱାନା ଓ ଫକର ଜମାନଙ୍କ ଅର୍ଦ୍ଧଶତକ ବଳରେ ୧୯୩ରନ କରିଥିଲା। ଜବାବରେ ହଂକଂ ୧୦.୪ ଓଭରରେ ୩୮ରନ କରି ଅଲଆଉଟ୍‌ ହୋଇଯାଇଥିଲା। କୌଣସି ବ୍ୟାଟସମ୍ୟାନ ଦୁଇଅଙ୍କ ସ୍ପର୍ଶ କରିପାରିନଥିଲେ। କିନଚିଟ ସାହ ସର୍ବାଧିକ ୬ରନ କରିଥିବାବେଳେ ୧୦ରନ ଅତିରିକ୍ତ ଆକାରରେ ମିଳିଥିଲା।
ପାକିସ୍ତାନ ପକ୍ଷରୁ ସାଦବ ଖଁା ୪ଟି, ମହମ୍ମଦ ନୱାଜ ୩ଟି ଓ ନସୀମ ସାହା ୨ଟି ୱିକେଟ ନେଇଥିଲେ। ହଂକଂ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ପାକିସ୍ତାନ ମାତ୍ର ୧୩ରନରେ ପ୍ରଥମ ୱିକେଟ ହରାଇଥିଲା। ଅଧିନାୟକ ବାବର ଆଜାମ ୯ରନ କରି ଆଉଟ୍‌ ହୋଇଥିଲେ। ଦ୍ବିତୀୟ ୱିକେଟରେ ମହମ୍ମଦ ରିଜ୍‌ୱାନ ଓ ଫକର ଜମାନ ୧୧୬ରନ ସଂଗ୍ରହ କରିଥିଲେ। ୧୨୯ରନ ସ୍କୋର ଥିବାବେଳେ ଫକର ୫୩ରନ କରି ଆଉଟ୍‌ ହୋଇଥିଲେ। ୩ୟ ୱିକେଟରେ ରିଜ୍‌ୱାନା ଓ ଖୁସଦିଲ୍‌ ସାହ ଅବିଭାଜିତ ୬୪ରନ ସଂଗ୍ରହ କରିଥିଲେ। ଦଳ ଶେଷରେ ୨୦ ଓଭରରେ ୨ ୱିକେଟ ହରାଇ ୧୯୩ରନ କରିବାକୁ ସକ୍ଷମ ହୋଇଥିଲା । ରିଜ୍‌ୱାନା ୭୮ ଓ ଖୁସଦିଲ ୩୫ରନ କରି ଅପରାଜିତ ରହିଥିଲେ। ହଂକଂ ପକ୍ଷରୁ ଇଶାନ ଖାନ ୨ଟି ୱି​‌େ​‌କଟ ନେଇଥିଲେ। ହଂକଂ ଦ୍ବିତୀୟ ପରାଜୟ ସହ ଅଭିଯାନ ଶେଷ କରିଛି।

ଦୁବାଇ  : ଏଠାରେ ଚାଲିଥିବା ଏସିଆ କପ୍‌ ଟ୍ବେଣ୍ଟି୨୦ ଟୁର୍ଣ୍ଣାମେଣ୍ଟର ଲିଗ୍‌ ପର୍ଯ୍ୟାୟ ମ୍ୟାଚ ଶେଷ ହୋଇଛି। ଏଥିରୁ ୪ଟି ଦଳ ଗ୍ରୁପ-ଏରୁ ଭାରତ ଓ ପାକିସ୍ତାନ ଓ ଗ୍ରୁପ- ବିରୁ ଆଫଗାନିସ୍ତାନ ଓ ଶ୍ରୀଲଙ୍କା ସୁପର-୪କୁ ଉନ୍ନୀତ ହୋଇଛନ୍ତି। ଅନ୍ୟପକ୍ଷରେ‌େ‌ ହଂକଂ ଓ ବାଂଲାଦେଶ ଲିଗ୍‌ ପର୍ଯ୍ୟାୟରୁ ବିଦାୟ ନେଇଛନ୍ତି। ସୁପର-୪ର ପ୍ରଥମ ମ୍ୟାଚରେ ଶନିବାର ଶ୍ରୀଲଙ୍କା-ଆଫଗାନିସ୍ତାନକୁ ଭେଟିବ। ସେହିପରି ୪ରେ ଭାରତ ପ୍ରଥମ ସୁପର-୪ ମ୍ୟାଚ ପାକିସ୍ତାନ ସହିତ ଖେଳିବ।

Spread the love