September 16, 2024

Satya News

odia news channel

ଏହା ଆମ ପାଇଁ ଏକ ସାଧାରଣ ମ୍ୟାଚ୍ : ରୋହିତ ଶର୍ମା

 

ଦୁବାଇ : ଏସିଆ କପରେ ଆଜି ଭାରତ ନିଜର ଚିରାଚରିତ ପ୍ରତିଦ୍ବନ୍ଦି ପାକିସ୍ତାନକୁ ଖେଳିବ । ଏସିଆ କପରେ ଏହି ମ୍ୟାଚକୁ ଫାଇନାଲ ପୂର୍ବର ଫାଇନାଲ ବୋଲି କୁହାଯାଉଛି । ଏହି ମ୍ୟାଚକୁ ଦେଖିବାକୁ ସାରା ବିଶ୍ବର କ୍ରିକେଟପ୍ରେମୀମାନେ ଅନେଇ ବସିଛନ୍ତି ।

ଏହି ମ୍ୟାଚକୁ ନେଇ ଟିମର ସଦସ୍ୟମାନେ ଉତ୍ସାହିତ ଅଛନ୍ତି । ପୁରୁଣା ପରାଜୟକୁ ଭୁଲି ଏକ ନୂଆ ଆରମ୍ଭ କରିବାକୁ ଯାଉଛନ୍ତି । ଅତୀତରେ କଣ ହେଲା ତାହା ସଂପର୍କରେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ଆମକୁ ଆଗକୁ ବଢିବାକୁ ହେବ । ପାକିସ୍ତାନ ସହ ଖେଳିବା ସବୁବେଳେ ଏକ ଚ୍ୟାଲେଞ୍ଜ୍ ହୋଇଥାଏ, କିନ୍ତୁ ଆମକୁ ବିପକ୍ଷ ଟିମ କଥା ନ ଭାବି ମିଳିତଭାବେ ଆଗେଇବାକୁ ପଡ଼ିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ମ୍ୟାଚରେ ଦଳ ଉଭୟ ବ୍ୟାଟିଂ ଓ ବୋଲିଂରେ ନୂଆ ନୂଆ କମ୍ବିନେସନର ପ୍ରୟୋଗ କରିବାକୁ ପଛେଇବ ନାହିଁ । ଗତ ୮-୧୦ ମାସରେ ଆମେ ପରୀକ୍ଷାନିରୀକ୍ଷା କରି ଅନେକ ଉତ୍ତର ପାଇଛୁ । ଟି-୨୦ ବିଶ୍ବକପ୍ ଆରମ୍ଭ ହେଲେ କଣ କରିବାକୁ ହେବ ଆମେ ଦେଖିବୁ ।

 

Spread the love