August 27, 2025

ଓଏସଏସସି ପରୀକ୍ଷାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠାଇ ପ୍ରତିବାଦ ଜଣାଇଲେ ପରୀକ୍ଷାର୍ଥୀ

 

ଭୁବନେଶ୍ବର: ଓଏସଏସସି ସଦସ୍ୟଙ୍କ ପିଏସ ବିରଞ୍ଚି ସାହୁଙ୍କ ଗିରଫ ପରେ ଓଡ଼ିଶା ଷ୍ଟାଫ ସିଲେକ୍ସନ ପରୀକ୍ଷାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଲେ ପରୀକ୍ଷାର୍ଥୀ। ଆସିଷ୍ଟାଣ୍ଟ କମରସିଆଲ ଟ୍ୟାକ୍ସ ଅଫିସର ପଦ ପାଇଁ ଆବେଦନ କରିଥିବା ପରୀକ୍ଷାର୍ଥୀ ପ୍ରଶ୍ନ ଉଠାଇଛନ୍ତି। ସେମାନେ କେତେ ନମ୍ବର ରଖିଛନ୍ତି, ତାର ପେପର ଦେବାକୁ ଦାବି କରିଛନ୍ତି। ଅସାଧୁ ଉପାୟରେ ଚାକିରି କରିଥିବା ପିଲାଙ୍କ ଚାକିରି ବାତିଲ କରାଯିବା ସହ ଏହାର ତଦନ୍ତ ପାଇଁ ଦାବି ହୋଇଛି। ଏହାର ପ୍ରତିବାଦରେ ପିଲାମାନେ ଏମଏଲଏ ପାର୍କରେ ଖରାରେ ବସି ପାଠପଢି ପ୍ରତିବାଦ ଜଣାଇଛନ୍ତି।

୨୦୧୬ ମସିହାରେ ୧୧୫ଟି ଆସିଷ୍ଟାଣ୍ଟ କମରସିଆଲ ଟ୍ୟାକ୍ସ ଅଫିସର ପଦବି ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥି ପାଇଁ ୬୦ ହଜାରରୁ ଅଧିକ ପିଲା ଆବେଦନ କରିଥିବା ବେଳେ ୫୧୩ ଜଣ ମେନ୍ ପରୀକ୍ଷା ପାଇଁ ଚୟନ ହୋଇଥିଲେ। ଏଥିରେ ବିଶ୍ୱନାଥ ପଣ୍ଡା ନାମକ ଛାତ୍ର ମନୋନୀତ ହୋଇଥିଲେ, ହେଲେ ଟଙ୍କା ଦେଇନଥିବାରୁ ତାଙ୍କୁ ଚାକିରି ମିଳିନଥିଲା। ଏପରି ଘଟଣା ଅନେକ ପିଲାଙ୍କ କ୍ଷେତ୍ରରେ ଘଟିଥିବା ଅଭିଯୋଗ ହୋଇଛି।

Spread the love