September 19, 2024

Satya News

odia news channel

ଓଡ଼ିଶା ଆସିବେ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ଓ ସମ୍ପାଦକ ରଣଦୀପ ସୁରଜେବାଲା

 

ଭୁବନେଶ୍ୱର ୨୭/୧୦: ଆସନ୍ତା କାଲି ଜାତୀୟ କଂଗ୍ରେସ ସମ୍ପାଦକ ରଣଦୀପ ସୁରଜେବାଲା, ଓଡିଶା କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ଓଡ଼ିଶା ଆସିବେ । ଭୁବନେଶ୍ୱରରେ ପହଞ୍ଚିବା ପରେ ସେ ପିସିସି ସଭାପତି କଣ୍ଟାବାଞ୍ଜିର ଝରଣୀ ଗାଁକୁ ଗସ୍ତ କରି ମମତା ମେହେରଙ୍କ ପରିବାରକୁ ସାକ୍ଷାତ କରିବେ । ସେଠାରୁ ଫେରିବା ପରେ ଭୁବନେଶ୍ୱରରେ ସମ୍ବାଦିକ ସମ୍ମିଳନୀ କରିବେ ।

୧ତାରିଖରେ ସମଗ୍ର ଭାରତ ବର୍ଷରେ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହେବ । ଏହି ଅଭିଯୋନରେ ଯେ କୌଣସି ବ୍ୟକ୍ତି ୫ ଟଙ୍କା ଦେଇ ୫ ବର୍ଷ ପାଇଁ ଦଳର ସଭ୍ୟ ହୋଇପାରିବେ । ଭୁବନେଶ୍ୱରରେ ମଧ୍ୟ ଆରମ୍ଭ ହେବାକୁ ଥିବା ଏହି ଅଭିଯାନ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ । ଚଳିତ ଥର ୧୦ଲକ୍ଷ ସଭ୍ୟ ସଂଗ୍ରହ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

Spread the love