
ଭୁବନେଶ୍ୱର ୦୧।୦୮: ଓଡିଶା ସମେତ ୧୦ ରାଜ୍ୟରେ ସଂକ୍ରମଣ ବୃଦ୍ଧି ନେଇ କେନ୍ଦ୍ର ରିପୋର୍ଟ ମାଗିବା ପ୍ରସଙ୍ଗ। ଓଡ଼ିଶାରେ ସଂକ୍ରମଣ କମିବାରେ ଲାଗିଛି। ଆମ ରାଜ୍ୟ ଭଲ ସ୍ଥିତିରେ ଅଛି। ସାରା ରାଜ୍ୟରେ ଦୈନିକ ସଂକ୍ରମଣ ହାର ୨ ପ୍ରତିଶତ ଥିବାବେଳେ କେବଳ ଖୋର୍ଦ୍ଧାରେ ୩ ପ୍ରତିଶତ ଉପରେ ରହୁଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗୋଟିଏ ମାସର ପଜିଟିଭ ସଂଖ୍ୟା ଏବଂ ଡେଥ ରିପୋର୍ଟକୁ ନେଇ ରାଜ୍ୟରେ ସଂକ୍ରମଣ ବଢୁଛି ବୋଲି କହୁଛନ୍ତି । କିନ୍ତୁ ବର୍ତ୍ତମାନ ରାଜ୍ୟରେ ଡେଥ ଅଡିଟ ଚାଲିଛି । ସେଥିପାଇଁ ଦିନକୁ ୬୦ ଜଣଙ୍କର ଡେଥ ହେଉଥିବା ରିପୋର୍ଟ ଆସୁଛି । ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଜଣାଇ ଦିଆଯାଇଛି । କୋଭିଡ ମୁକାବିଲା ପାଇଁ ଆଗାମୀ ୧୫ ଦିନର ପ୍ଲାନ କେନ୍ଦ୍ର ସରକାରଙ୍କୁ ଦିଆସାରିଛି । ନିୟମିତ କେନ୍ଦ୍ରକୁ ରିପୋର୍ଟ ଦିଆଯାଉଛି । ଅଗଷ୍ଟ ମାସରେ ପ୍ରତିଦିନ ୭୦ହଜାର ଟେଷ୍ଟ କରାଯିବ । ଯାହାର ବି ଜ୍ୱର ବା କରୋନା ଲକ୍ଷଣ ଦେଖାଯିବ ସମସ୍ତଙ୍କର ଟେଷ୍ଟ କରାଯିବ। ସର୍ଭିଲାନ୍ସକୁ ଜୋରଦାର କରାଯାଉଛି
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍