January 23, 2026

ଓଡିଶାରେ କରୋନା ; ଆଉ ୨୬୯ ନୂଆ ଆକ୍ରାନ୍ତ

 

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଆଉ ୨୬୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୪୮,ସଙ୍ଗରୋଧରୁ ୧୫୭,ସ୍ଥାନୀୟ ୧୧୨।

୨୪ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱର ୭, ବରଗଡ ୫, ବଲାଙ୍ଗୀର ୬, ବୌଦ୍ଧ ୨, କଟକ ୨୧, ଦେଓଗଡ ୫, ଗଜପତି ୩, ଗଞ୍ଜାମ ୧, ଜଗତସିଂହପୁର ୫,ଯାଜପୁର ୧୦,ଝାରସୁଗୁଡା ୩, କଳାହାଣ୍ଡି ୧, କେନ୍ଦ୍ରାପଡା ୧, କେନ୍ଦୁଝର ୭, ଖୋର୍ଦ୍ଧା ୬୭, କୋରାପୁଟ ୧, ମୟୁରଭଞ୍ଜ ୯, ନବରଙ୍ଗପୁର ୧୬, ନୟାଗଡ ୧୨, ନୂଆପଡା ୧୩, ପୁରୀ ୩, ସମ୍ବଲପୁର ୧୪, ସୋନପୁର ୨, ସୁନ୍ଦରଗଡ ୪୦, ଷ୍ଟେଟ ପୁଲରୁ ୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୯,୪୭୨କୁ ବୃଦ୍ଧି ପାଇଛି। ୧୩,୧୮,୫୫୦ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧ ହଜାର ୬୮୫ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

Spread the love