ସୋର ୭।୮:ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ । ବେପରୁଆ ବିଦ୍ୟୁତ ବିଭାଗର ଅବହେଳା ପାଇଁ ଜଣେ ଯୁବକଙ୍କ ଜୀବନ ଗଲା । ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଥାନା କଷବାଜୟପୁର ଗ୍ରାମର ଗଣେଶ ଜେନା ବିଲକୁ ଧାନ ବିହନ ନେଇ ରୋଇବାକୁ ଯାଇଥିଲା । ବିଲରେ ଧାନ ଚାଷ ପାଇଁ ପାଣି ପଂଚାୟତ ମାଧ୍ୟମରେ ବିଲରେ ଗଭୀର ନଳକୂପ ବସଜାଇ ଚାଷୀଙ୍କର ଚାଷ ଜମିକୁ ଜଳସେଚିତ କରାଯାଉଥିଲା । ସେଥିରେ ସଂଯୁକ୍ତ ହୋଇଥିବା ବିଦ୍ୟୁତ ତାର ତଳକୁ ଓହଳି ପଡିଥିଲା ।
ଗଣେଶ ସେହି ତାର ସଂସ୍ପର୍ଶରେ ଆସିବାରୁ ବିଦ୍ୟୁତ ଆଘାତ ଲାଗି ପ୍ରାଣ ହରାଇଛନ୍ତି । ଘଟଣା ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଘଟଣାସ୍ଥଳରେ ଖନ୍ତାପଡ଼ା ଆଇଆଇସି ବିମଳ କୁମାର ନାୟକ ପହଂଚି ଉତ୍ତେଜନାକାରୀଙ୍କୁ ବୁଝାସୁଝା କଲେ ମଧ୍ୟ ମୃତ ଯୁବକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା, ସ୍ତ୍ରୀ ସଂଘମିତ୍ରା ଜେନାଙ୍କୁ ନିଯୁକ୍ତି ଦାବି କରିଛନ୍ତି । ଦୁଇ ବିଦ୍ୟୁତ କର୍ମଚାରୀଙ୍କୁ ଗାଁ ଲୋକ ଅଟକ ରଖିଛନ୍ତି । ପୋଲିସ ଗାଡି ସମ୍ମୁଖରେ ପରିବାର ଲୋକ ବସି ନିଜର ଦାବି ରଖିଛନ୍ତି ।
More Stories
୨ଟି ରାଜ୍ୟର ଅଧ୍ୟକ୍ଷ ଓ ୬ଟି ରାଜ୍ୟର ପ୍ରଭାରୀ ନିଯୁକ୍ତ କଲା ବିଜେପି
କୌଣସି ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରିବା ନାହିଁ ବିଜେଡି
ଜୁନ ୨୫କୁ କଳା ଦିବସ ପାଳନ କରିବ ବିଜେପି