ଭୁବନେଶ୍ବର: ଓଡ଼ିଶାରେ ପଞ୍ଚାୟତ ଓ ପୌର ନିର୍ବାଚନ ଶୀଘ୍ର କରାଇବା ପାଇଁ ବିଜେପିି ଦାବି କରିଛି। ରାଜ୍ୟ ସରକାର ଓ ନିର୍ବାଚନ କମିସନଙ୍କୁ ଟାର୍ଗେଟ କରିଛି ଦଳ। ଆଜି ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ସରକାରଙ୍କ ଟାଳଟୁଳ ନୀତି ବିରୋଧରେ ହାଇକୋର୍ଟ ଯିବୁ।
ରାଜ୍ୟ ନିର୍ବାଚନ କମିସନଙ୍କୁ ହଟାଇବାକୁ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ଚେତାବନୀ ଦେଇଛି ବିଜେପି। ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଆହୁରି ମଧ୍ୟ କହିଛନ୍ତି ଭାରତୀୟ ନିର୍ବାଚନ କମିସନଙ୍କୁ ମହାଅଭିଯୋଗ ପ୍ରସ୍ତାବରେ ବହିଷ୍କାର କରାଯାଏ, ସେମିତି ରାଜ୍ୟ ନିର୍ବାଚନ କମିସନଙ୍କୁ ମଧ୍ୟ ବହିଷ୍କାର କରାଯାଇପାରିବ। ଲୋକସଭା ଓ ବିଧାନସଭା ନିର୍ବାଚନ ୫ ବର୍ଷ ପୂରିବା ପୂର୍ବରୁ ଯେମିତି ନିର୍ବାଚନ କରିବାକୁ ବାଧ୍ୟ, ସେମିତି ପଞ୍ଚାୟତ ଓ ପୌର ସମୟ ଅବଧି ଶେଷ ହେଲେ ରାଜ୍ୟ ନିର୍ବାଚନ କମିସନ ନିର୍ବାଚନ କରିବାକୁ ବାଧ୍ୟ। ରାଜ୍ୟ ନିର୍ବାଚନ ଅଧିକାରୀ ଠିକ୍ ଭାବେ ନିଜର ସାମ୍ବିଧାନିକ ଦାୟିତ୍ବ ଠିକ୍ ଭାବେ ତୁଲାଉନଥିବାର ଅଭିଯୋଗ ଆଣିଛନ୍ତି ଶ୍ରୀ ଆଚାର୍ଯ୍ୟ। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ।
More Stories
୨ଟି ରାଜ୍ୟର ଅଧ୍ୟକ୍ଷ ଓ ୬ଟି ରାଜ୍ୟର ପ୍ରଭାରୀ ନିଯୁକ୍ତ କଲା ବିଜେପି
କୌଣସି ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରିବା ନାହିଁ ବିଜେଡି
ଜୁନ ୨୫କୁ କଳା ଦିବସ ପାଳନ କରିବ ବିଜେପି