ମାଲକାନଗିରି: ମାଲକାନଗିରି ଜିଲ୍ଲା କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ପଦରୁ ଆଜି ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ତଥା ପିସିସି କାର୍ଯ୍ୟକାରିଣୀ ସଦସ୍ୟ ରାମ ପ୍ରସାଦ ପଟ୍ଟନାୟକ ଇସ୍ତଫା ଦେଇଛନ୍ତି। ଆଜି ସେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରଛନ୍ତି। ଇସ୍ତଫା ପତ୍ରରେ ଶ୍ରୀ ପଟ୍ଟନାୟକ ନିଜର ବ୍ୟକ୍ତିଗତ କାରଣରୁ ଦଳରୁ ଇସ୍ତଫା ଦେଇଥିବା ପ୍ରକାଶ କରିଛନ୍ତି। ଦୀର୍ଘ ଦିନ ଧରି କଂଗ୍ରେସର ଜଣେ ଟାଣୁଆ ନେତା ଭାବେ ମାଲକାନଗିରିରେ– ରହିଆସୁଥିବା ବେଳେ ହଠାତ୍ ତାଂକର ଇସ୍ତଫାକୁ ନେଇ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି।
୧୯୮୪ ମସିହାରୁ ସେ ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ ଏବଂ ଜିଲ୍ଲା କଂଗ୍ରେସର ବିଭିନ୍ନ ପଦ ପଦବୀରେ ରହି ନିଜର କର୍ତ୍ତବ୍ୟକୁ ସୁଚାରୁରୂପେ ତୁଲାଇ ଛନ୍ତି ବୋଲି ସେ କହନ୍ତି। ଏପିରିକି ପିସିସି ମଧ୍ୟ ତାଂକୁ କାର୍ଯ୍ୟକାରିଣୀ ସଦସ୍ୟ ରୂପେ ମନୋନୀତ କରି ତାଂକୁ ଆଗକୁ ବଢିବାର ସୁଯୋଗ ମଧ୍ୟ ଦେଇଥିଲା। ତେବେ ଜିଲ୍ଲା କଂଗ୍ରେସରେ ସେ ଚାଣିକ୍ୟ ଭଳି କାମ କରୁଥିଲେ। ତାଂକର ପ୍ରତ୍ୟେକ ଚାଲ ବିରୋଧିଙ୍କୁ ହରଡଘଣାରେ ପକାଉଥିଲା। ଏନେଇ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝିଙ୍କୁ ପଚାରିବାରୁ ସେ ବର୍ତ୍ତମାନ ପର୍ଯ୍ୟନ୍ତ ତାଂକର ଇସ୍ତଫା ପତ୍ର ପାଇନାହାନ୍ତି ବୋଲିି କହିଛନ୍ତି।
ତେବେ ସେ କାହିଁକି ଇସ୍ତଫା ଦେଉଛନ୍ତି ତାଂକୁ ପଚାରିବା ସହ ସେ ପୁଣି ନିଜର ଏହି ମନ୍ତବ୍ୟକୁ ପୁନର୍ବିଚାର କରନ୍ତୁ ବୋଲି କହିବି। ତାଂକର ଅନୁପସ୍ଥିତ ଜିଲ୍ଲା କଂଗ୍ରେସକୁ ଜଣାପଡିବ ବୋଲି ସେ କହିଥିଲେ। ଦୀର୍ଘ ଦିନ ଧରି କଂଗ୍ରେସର ଜଣେ ଟାଣୁଆ ନେତା ଭାବେ କାମ କରିଥିବାରୁ ତାଂକୁ ପୁଣି ଫେରାଇ ଅଣିବା ପାଇଁ ଚେଷ୍ଟା କରିବି ବୋଲି ଶ୍ରୀ ମାଝି କହିଥିଲେ।
ଅନ୍ୟଦିଗରେ ଜିଲ୍ଲା କଂଗ୍ରେସର ସଭାପତି ଗୋବିନ୍ଦ ପାତ୍ରଙ୍କୁ ପଚାରିବାରୁ ସେ ବର୍ତ୍ତମାନ ସୁଦ୍ଧା ଇସ୍ତଫା ପତ୍ର ପାଇନଥିବା ବେଳେ ହୁଏତ ଘରେ ଇସ୍ତଫା ପହଞ୍ଚିଯାଇଥିବ ବୋଲି କହିଥିଲେ। ସେ ବର୍ତ୍ତମାନ ଡାକ୍ତରଖାନାରେ ଥିବାରୁ ଏହା ଜାଣିନଥିବା କହିଥିଲେ। ଯଦି ସେ ଇସ୍ତଫା ଦେଇଛନ୍ତି ତେବେ କଂଗ୍ରେସ ପାଇଁ ଏକ ଅପୁରଣୀୟ କ୍ଷତି। ତାଂକର ଅନୁପସ୍ଥିତ କଂଗ୍ରେସକୁ ନିଶ୍ଚିତ ଜଣାପଡିବ।
କଂଗ୍ରେସରେ କିନ୍ତୁ ଏଭଲି ବହୁ ନେତା ଛାଡୁଛନ୍ତି ଏବଂ ବହୁ ନେତା ମଧ୍ୟ ଯୋଗ ଦେଉଛନ୍ତି। କଂଗ୍ରେସ ଏକ ବଡ ଦଳ, ତେଣୁ କେହି ଗଲେ କେହି ଆସିଲେ କିଛି ଫରକ ପଡେ ନାହିଁ। ଦୀର୍ଘ ଦିନ ଧରି ତାଂକ ସହ କାମ କରିଥିବାରୁ ତାଂକର ଅନୁପସ୍ଥିତ ଆମକୁ ଜଣାପଡିବ। ତେବେ ରାମ ପ୍ରସାଦ ପଟ୍ଟନାୟକ କେଉଁ ଦଳରେ ଯୋଗ ଦେବେ ବୋଲି ତାଂକୁ ପଚାରିବାରେ ସେ କୌଣସି ଦଳରେ ବର୍ତ୍ତମାନ ଯୋଗ ଦେବେ ନାହିଁ ବୋଲି ଉତ୍ତର ଦେଇଥିଲେ। ରାମ ପଟନାୟକଙ୍କ ଇସ୍ତଫା ଦଳେ ପ୍ରଭାବ ପକାଇବା ସହ ଏକ ବଡ ଧରଣର ଅଦଳବଦଳ ହେବାର ଆଶଂକା କରାଯାଉଥିବା ଅନୁମାନ କରାଯାଏ। ଏନେଇ କାଲିମେଳା ବ୍ଲକ ଅଧ୍ୟକ୍ଷ ତଥା ବିଧାୟକ ପ୍ରତିନିଧି ମାଲା ମାଢିଙ୍କୁ ପଚାରିବାରୁ ସେ କହିଥିଲେ ଯେ ରାମ ପଟ୍ଟନାୟକ ଦଳର ଜଣେ ବରିଷ୍ଠ କର୍ମୀ ଓ ନେତା। ତାଂକର ଅନୁପସ୍ଥିତ ଦଳ ପାଇଁ କ୍ଷତି। ତେଣୁ ସେ ଏନେଇ ପୁନର୍ବିଚାର କରିବା ଦରକାର। ତେବେ ରାମ ପଟ୍ଟନାୟକ କେଉଁ ଦଳରେ ଯୋଗ ଦେଉଛନ୍ତି ଦେଖିବାକୁ ବାକି ରହିଲା।
More Stories
୨ଟି ରାଜ୍ୟର ଅଧ୍ୟକ୍ଷ ଓ ୬ଟି ରାଜ୍ୟର ପ୍ରଭାରୀ ନିଯୁକ୍ତ କଲା ବିଜେପି
କୌଣସି ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରିବା ନାହିଁ ବିଜେଡି
ଜୁନ ୨୫କୁ କଳା ଦିବସ ପାଳନ କରିବ ବିଜେପି