
ନୂଆଦିଲ୍ଲୀ ୨୩/୦୬ : କଂଗ୍ରେସର ବରିଷ୍ଠ ନେତ୍ରୀ ଶୈଳଜା କୁମାରୀ ଓ ଆଇନ ବିଶେଷଜ୍ଞ ଅଭିଷେକ ସିଂଘବିଙ୍କୁ ଦଳର ଶିର୍ଷ କମିଟି କଂଗ୍ରେସ କାର୍ଯ୍ୟକାରୀ ସମିତି(ସିଡବ୍ଲୁସି)ରେ ସାମିଲ କରାଯାଇଛି। ହରିଆଣାରେ ରାଜ୍ୟସଭା ଆସନରୁ ଶୈଳଜା ବାଦ୍ ପଡ଼ିବା ପରେ ତାଙ୍କୁ ସିଡବ୍ଲୁସିରେ ସାମିଲ୍ କରାଯାଇଛି। ନ୍ୟାସନାଲ୍ ହେରାଲ୍ଡ ମାମଲାରେ ଭବିଷ୍ୟତରେ ହେବାକୁଥିବା ଆଇନଗତ ଲଢ଼େଇକୁ ଆଖି ଆଗରେ ସିଡବ୍ଲୁସିରେ ସିଂଘବିଙ୍କୁ ସ୍ଥାନ ଦିଆଯାଇଛି। ଏହାଛଡ଼ା ଆନ୍ଧ୍ରପ୍ରଦେଶର ପୂର୍ବତନ ସାଂସଦ ଟି ସୁବ୍ବାରାମି ରେଡ୍ଡିଙ୍କୁ ସ୍ଥାୟୀ ସଦସ୍ୟ ଭାବେ ସିଡବ୍ଲୁସିରେ ସ୍ଥାନ ମିଳିଛି। ଅନ୍ୟପଟେ ଉତ୍ତରପ୍ରଦେଶର ପୂର୍ବତନ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅଜୟ କୁମାର ଲଲ୍ଲୁଙ୍କୁ ବିଶେଷ ଆମନ୍ତ୍ରିତ ସଦସ୍ୟ କରା ଯାଇଛି।
କଂଗ୍ରେସର ପୂର୍ବତନ ବରିଷ୍ଠ ନେତା ତଥା ପ୍ରମୁଖ ଆଇନ୍ ବିଶେଷଜ୍ଞ କପିଲ୍ ସିବ୍ବଲ ଦଳ ଛାଡ଼ିବା ପରେ ଅଭିଷେକ୍ ସିଂଘବିଙ୍କୁ ସିଡବ୍ଲୁସିରେ ସ୍ଥାନ ମିଳିଛି। ସିଂଘବି ସିଡବ୍ଲୁସିରେ ସାମିଲ୍ ହେବା ବହୁତ ଗୁରୁତ୍ୱପୂର୍ଣ୍ଣ କାରଣ ଏବେ କଂଗ୍ରେସର ୨ ବରିଷ୍ଠ ନେତା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀଙ୍କୁ ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଙ୍ଗ ମାମଲାରେ ଲଗାତାର ପଚରାଉଚୁରା କରାଯାଉଛି।
କଂଗ୍ରେସର ଜଣେ ବରିଷ୍ଠ ନେତା କହିଛନ୍ତି ‘‘ସିଡବ୍ଲୁସିରେ ଶୈଳଜାଙ୍କୁ ସାମିଲ୍ କରିବା ହରିଆଣାରେ ରାଜନୈତିକ ସମୀକରଣକୁ ସନ୍ତୁଳିତ କରିବାକୁ ପ୍ରୟାସ କରାଯାଉଛି। ମୁଖ୍ୟ ଭାବରେ ଭୁପିନ୍ଦର ହୁଡ୍ଡା ଓ ଶୈଳଜାଙ୍କ ମଧ୍ୟରେ ସମାନତା ରଖିବା। ହୁଡ୍ଡା ହରିଆଣାରେ ଟାର୍ଗଟ୍ କରୁଛନ୍ତି। ତାଙ୍କ ପୁଅ ଦୀପେନ୍ଦ୍ର ହୁଡ୍ଡା ରାଜ୍ୟସଭା ସାଂସଦ ଅଛନ୍ତି। ସେଥିପାଇଁ ପାଇଁ ଶୈଳଜାଙ୍କୁ ସିଡବ୍ଲୁସିର ସଦସ୍ୟ ଭାବେ ଅବସ୍ଥାପିତ କରିବା ଆବଶ୍ୟକତା ଥିଲା’’।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍