
ନୂଆଦିଲ୍ଲୀ: ମୌସୁମୀ ଅଧିବେଶନ ଆଗରୁ ସଂସଦରେ ଧାରଣା ଦେବାକୁ ଅନୁମତି ଦିଆଯିବ ନାହିଁ ବୋଲି ଆଜି ରାଜ୍ୟସଭା ମହାସଚିବ ଜାରି କରିଥିବା ସଦ୍ୟତମ ଆଦେଶରେ ଉଲ୍ଲେଖ ଅଛି। ରାଜ୍ୟସଭା ମହାସଚିବଙ୍କ ସଦ୍ୟତମ ଆଦେଶନାମା ଅନୁସାରେ, ପାର୍ଲାମେଣ୍ଟ୍ର ସଦସ୍ୟମାନେ ପାର୍ଲାମେଣ୍ଟ୍ ପରିସରକୁ ଧାରଣା ଦେବା କିମ୍ବା ହରତାଳ କରିବା ନିମନ୍ତେ ବ୍ୟବହାର କରିପାରିବେ ନାହିଁ। ସେଥିରେ ଉଲ୍ଲେଖ ଅଛି: କୌଣସି ବିକ୍ଷୋଭ, ଧାରଣା, ଧର୍ମଘଟ, ଅନଶନ ଅଥବା କୌଣସି ଧାର୍ମିକ ଉତ୍ସବ ନିମନ୍ତେ ସଂସଦ ଭବନର ପରିସରକୁ ବ୍ୟବହାର କରିପାରିବେ ନାହିଁ। ରାଜ୍ୟସଭା ମହାସଚିବ ପି.ସି. ମୋଦୀଙ୍କ ଉକ୍ତ ଆଦେଶନାମାକୁ ‘ଏଆଇସିସି’ର ସାଧାରଣ ସଚିବ ଜୟରାମ ରମେଶ ଟୁଇଟର୍ରେ ସେୟାର୍ କରିଛନ୍ତି।
ଜୟରାମ କ୍ୟାପ୍ସନରେ ଲେଖିଛନ୍ତି ଯେ ବିଷଗୁରୁଙ୍କ ସଦ୍ୟତମ ପ୍ରହାର- ଧାରଣା ଦେବା ମନା’ | ତେବେ କଂଗ୍ରେସ ଏହି ଆଦେଶନାମାକୁ ବିରୋଧ କରିଥିବାବେଳେ ସୂଚନା ଥାଉ କି ଏହା ପୂର୍ବରୁ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାରରେ ମଧ୍ୟ ସମାନ ଆଦେଶ ଜାରି କରାଯାଇଥିଲା। ସଂସଦ ବୁଲେଟିନ୍ ନାମରେ ୨ ଡିସେମ୍ବର ୨୦୧୩ ରେ ସମାନ ସର୍କୁଲାର ଜାରି କରାଯାଇଥିଲା। ସେତେବେଳେ କେନ୍ଦ୍ରରେ କଂଗ୍ରେସ ସରକାର ଥିଲା।
ସେତେବେଳେ ସର୍କୁଲାରରେ ସଂସଦରେ ପ୍ରଦର୍ଶନ, ଧର୍ମଘଟ, ଅନଶନ କିମ୍ବା କୌଣସି ଧାର୍ମିକ ସମାରୋହର ନିଷେଧାଦେଶ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା। ପ୍ରକାଶ ଥାଉକି, ଏହି ଆଦେଶନାମା ସତ୍ତ୍ୱେ ପ୍ରାୟ ପ୍ରତ୍ୟେକ ଅଧିବେଶନରେ ସଂସଦ ଭିତରେ ପ୍ରଦର୍ଶନ ଏବଂ ଅନଶନ ହୋଇଥାଏ |
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍