
ଭୁବନେଶ୍ବର: କରୋନା ସଂକ୍ରମଣ ରୋକିବାକୁ ସରକାର ଲକଡାଉନ୍ କଟକଣା ଲଗାଇଛନ୍ତି। ଫଳରେ ବିଭିନ୍ନ ଦୋକାନ ଖୋଲିବା ଉପରେ ଅଙ୍କୁଶ ରହିଛି। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବାଦ୍ ଆଉକେହି ବ୍ୟବସାୟ କରିପାରୁ ନାହାନ୍ତି। ଏହାକୁ ନେଇ ନାନା ପ୍ରକାର ହଇରାଣ ହେଉଛନ୍ତି ଛୋଟ ଛୋଟ ଦୋକାନୀ। ବିଶେଷ କରି ଚା’ ଦୋକାନ କରି ପରିବାର ଚଳାଉଥିବା ବ୍ୟବସାୟୀମାନେ ଗତ ଦୁଇମାସ ହେଲା ହାତବାନ୍ଧି ବସିଛନ୍ତି।
ଗତବର୍ଷ ପ୍ରଥମ ଲହର ସମୟରେ ମଧ୍ୟ ଏମାନେ ଦୋକାନ ଖୋଲି ପାରିନଥିଲେ। ସରକାର ମିଠା ଦୋକାନ ଖୋଲିବାକୁ ଅନୁମତି ଦେଇଥିଲେ। ତେଣୁ କଟକଣା ଭିତରେ ଚା’ ଦୋକାନ ଖୋଲିବାକୁ ଅନୁମତି ଦେବାକୁ ଦାବି କରିଛନ୍ତି ଚା ଦୋକାନୀ। ରାଜଧାନୀ ଭୁବନେଶ୍ୱରରେ ପ୍ରତିବାଦ କରିଛି ଚା ଦୋକାନ ମହାସଂଘ। ଦୋକାନ ଖୋଲିବାକୁ ଅନୁମତି ଦେବା କିମ୍ବା ସେମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ ଦାବି କରିଛି ମହାସଂଘ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍