January 23, 2026

କଟକରେ ଡ଼ଙ୍ଗା ଭସାକୁ ବାରଣ କଲେ ଏସଆରସି

 

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କଟକରେ ଡ଼ଙ୍ଗା ଭସାକୁ ବାରଣ କରାଯାଇଛି। ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ, ଲୋକମାନେ ଡ଼ଙ୍ଗା ଭସାଇବା ପାଇଁ କୌଣସି ନଦୀ କୂଳରେ ଏକାଠି ହୋଇ ପାରିବେ ନାହିଁ। ଡ଼ଙ୍ଗା ଭସାକୁ ବାରଣ କରାଯାଇଥିବା ନେଇ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ। ଯଦି କେହି ଆଇନ ଉଳ୍ଲଙ୍ଘନ କରନ୍ତି, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ଶ୍ରୀ ସିଂ କହିଛନ୍ତି।

Spread the love