
ଭୁବନେଶ୍ବର:ରାଜ୍ୟରେ ସଂକ୍ରମଣ କମୁଛି। ଗତ କିଛି ଦିନର ସଂକ୍ରମଣ ସଂଖ୍ୟାକୁ ତୁଳନା କଲେ ବର୍ତ୍ତମାନର ସଂଖ୍ୟା କମିକମି ଆସୁଛି । କଟକ ଓ ଖୋର୍ଦ୍ଧା ସମେତ କିଛି ଜିଲ୍ଲାକୁ ସେଥିପାଇଁ ସ୍ୱତନ୍ତ୍ର ଫୋକସ ଦିଆଯାଉଛି ବୋଲି ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରତ୍ୟେକ ଦିନର ସଂକ୍ରମଣ ହାର ଅନ୍ୟାନ୍ୟ ତଥ୍ୟକୁ ସମୀକ୍ଷା କରାଯାଉଛି ଓ ସେହି ଅନୁସାରେ ଅନଲକ ନେଇ ସରକାର ନିଷ୍ପତ୍ତି ନେବେ। ତେବେ ଲୋକେ ଢିଲା ହେବା ଅନୁଚିତ। କିନ୍ତୁ ସଂକ୍ରମଣ ବଢୁଥିବା ରାଜ୍ୟରୁ ଆସୁଥିବା ଲୋକମାନଙ୍କ ଉପରେ କଟକଣା ରହିବା ଦରକାର। କେନ୍ଦ୍ର ସରକାର ଏହା ଉପରେ ଆବଶ୍ୟକ ପଦକ୍ଷେପ ନେବା ଦରକାର।
ଯେଉଁମାନେ ଆସୁଛନ୍ତି ସେମାନଙ୍କୁ କ୍ୱାରେଣ୍ଟାଇନ କରିବା ସହ ସେମାନଙ୍କ ଉପରେ ନଜର ରହିବ। ସଂକ୍ରମଣ ବଢୁଥିବା ରାଜ୍ୟରୁ ଫେରୁଥିବା ଲୋକମାନେ ପୁଣି ଥରେ ବିପଦ ସୃଷ୍ଟି କରିବାର ଯଥେଷ୍ଟ ସମ୍ଭାବନା ରହିଛି। ପୂର୍ବରୁ ସୀମାନ୍ତ ଜିଲ୍ଲା ଓ ବିଶେଷ ପ୍ରଭାବିତ ରାଜ୍ୟରୁ ଫେରିଥିବା ଲୋକମାନେ ସଂକ୍ରମଣ ବଢାଇଥିଲେ। ତେଣୁ ଆମେ ସଚେତନ ରହିବା ଦରକାର, ନ ହେଲେ ବିପଦ ପୁଣି ବଢ଼ିବ। ଡିଏମଇଟି କହିଛନ୍ତି, ସେପ୍ଟେମ୍ବର ୧୨ ତାରିଖରୁ ନିଟ ପରୀକ୍ଷା ଆରମ୍ଭ ହେବ। କେନ୍ଦ୍ର ସରକାର ସେ ଯାହା ଗାଇଡଲାଇନ ଦେବେ ସେଇ ଅନୁଯାୟୀ ପରୀକ୍ଷା କ ସାମାଜିକ ଦୂରତା, ଓ ମାସ୍କ ପିନ୍ଧି ପରୀକ୍ଷା କରାଯିବ। ସବୁ ପରୀକ୍ଷା ବନ୍ଦ କରି ହେବନି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି କେନ୍ଦ୍ର ସରକାର ନିଆଯାଇଛ ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍