
କଣ୍ଟାବାଞ୍ଜି, ୦୬/୦୯: ଦିର୍ଘ ବର୍ଷରୁ ସରକାରି ଜମିକୁ ଜବର ଦଖଲ କରିଥିବା ଜମି ଉଚ୍ଛେଦ କଲା ଏନଏସି ପ୍ରଶାସନ । ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା କଣ୍ଟାବାଞ୍ଜି ତହସିଲଦାର ଅଶୋକ କୁମାର ମାଝିଙ୍କ ଉପସ୍ଥତିରେ ଏନଏସି ପ୍ରଶାସନ ଜବର ଦଖଲ ଉଚ୍ଛେଦ କରିଛି । କିଛି ଲୋକ ନାଳ ନର୍ଦ୍ଦମାକୁ ଜବର ଦଖଲ କରିଥିବା କାରଣରୁ ପ୍ରାୟ ସମୟରେ ନାଳ ସଫା କରିବାକୁ ଏନଏସି ସଫେଇ କର୍ମଚାରୀମାନଙ୍କୁ ନାକେଦମ ହେବାକୁ ପଡୁଥିଲା । ଅନେକ ସମୟରେ ସହରବାସୀ ନାଳ ସଫା ହେଉନଥିବା ଅଭିଯୋଗ କରୁଥିଲେ । ଯାହା ଫଳରେ ଆଜି ଏହାରି ଉପରେ ତିଆରି ହୋଇଥିବା ଘର, ପିଣ୍ଡାକୁ ଜେ.ସି.ବି. ସାହାର୍ଯ୍ୟରେ ଭଙ୍ଗା ଯାଇଥିବା ଏନଏସି ନିର୍ବାହୀ ଅଧିକାରି ସମି ରେଡ୍ଡି ଜୟଶ୍ରୀ କହିଛନ୍ତି ।
ବଲାଙ୍ଗିର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ କଣ୍ଟାବାଞ୍ଜି ଶାଖା, ଆଖ ପାଖ ଦୋକାନ ଓ କିଛି ଘରର ପିଣ୍ଡା ନାଳ ଉପରେ ତିଆରି କରିଥିବା ଯୋଗୁ ସେହି ପିଣ୍ଡା ମଧ୍ୟ ଭଂଗା ଯାଇଥିଲା । ସେହିପରି ନୂଆପଡା ଥିବା ଏକ ଜମି, ହରିଶଂକର ଲାଲ ଅଗ୍ରୱାଲ ପ୍ଲଟ ନଂ ୩୪୫ ଖାତା ନଂ ୨୯୫ ରେ ଥିବା ସରକାରୀ ଜମି ଜବର ଦଖଲ କରି ଗୋଦାମ କରିଥିବା ନେଇ ଏନଏସି ନୋଟିସ କରିଥିଲା । ନୋଟିସ ମୁତାବକ ତାହା ମଧ୍ୟ ଜବର ଦଖଲରୁ ଉଚ୍ଛେଦ କରାଯାଇଛି । କାଦୋପଡା ରାସ୍ତାରେ ଥିବା ଏକ ସରକାରୀ ଜମିରୁ ମଧ୍ୟ ଜବର ଦଖଲ ଉଚ୍ଛେଦ କରାଯାଇଛି । ଆଇନ ଶୃଂଖଳାକୁ ନଜରରେ ରଖି କଣ୍ଟାବାଞ୍ଜି ଥାନା ଅଧିକାରୀ ସତ୍ୟଜିତ କନ୍ଦେଲକେଲ ପୋଲିସ ଫୋର୍ସ ସହ ଉପସ୍ଥିତ ଥିଲେ । ଜବର ଦଖଲ ସମୟରେ ଆରଆଇ ବନମାଳି ବାରିକ, ଏନଏସି କର୍ମଚାରୀ ଚନ୍ଦ୍ରଶେଖର ଭୋଇଙ୍କ ସହ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍