
ନୂଆଦିଲ୍ଲୀ, ୩୦/୦୭: କରୋନା ଭାଇରସ୍ର ମୁକାବିଲା କରିବା ନେଇ ଆଉ ଏକ ଖୁସି ଖବର ମିଳିଛି । ଭାରତର ଡ୍ରଗ୍ସ କଣ୍ଟ୍ରୋଲର ନିୟାମକ ବା ଡିସିଜିଏ ମଡର୍ଣ୍ଣା ଟିକାକୁ ମଞ୍ଜୁରୀ ଦେଇଛି । ବହୁଦିନ ହେବ ଏହି ଟିକାକୁ ନେଇ କଳ୍ପନା ଜଳ୍ପନା ଚାଲିଥିବା ବେଳେ ଜରୁରୀକାଳିନ ବ୍ୟବହାର ପାଇଁ ଆଜି ଅନୁମତି ଦିଆଯାଇଥିବା ଜଣାପଡ଼ିଛି ।
ଏହି ଟିକାକୁ ୧୮ ବର୍ଷରୁ ଅଧିକ ବୟସ ହୋଇଥିବା ବ୍ୟକ୍ତିଙ୍କ ଦେହରେ ବ୍ୟବହାର କରାଯାଇପାରିବ ବୋଲି କୁହାଯାଇଛି । ଏହି ଟିକାର ବ୍ୟବହାର କରାଗାଲେ ହୁଏତ ଟିକା ଅଭାବ ସମସ୍ୟାରୁ କିଛିଟା ମୁକ୍ତି ମିଳିବ ବୋଲି ଆଶା କରାଯାଉଛି ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍