
ଭୁବନେଶ୍ୱର : କରୋନାରେ ମୃତକଙ୍କ ସଂଖ୍ୟାକୁ ନେଇ ଶ୍ୱେତପତ୍ର ବାହାର କରନ୍ତୁ ରାଜ୍ୟ ସରକାର । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟାକୁ ନେଇ ଏଭଳି ଦାବି କରିଛି ବିଜେପି । ରାଜ୍ୟରେ କୋଭିଡ୍ ମହାମାରୀ ମୃତ୍ୟୁଜନିତ ରିପୋର୍ଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ। ଆଜି ଏକ ପ୍ରେସ୍ ମିଟରେ ଓଡ଼ିଶାର ସ୍ୱାସ୍ଥ୍ୟ ସେବା ଭୁଶୁଡି ପଡିଥିବା ମଧ୍ୟ ଅଭିଯୋଗ କରିଛନ୍ତି ମୋହନ ମାଝୀ। ୩ଟି ଦାବି ନେଇ ବିଜେପି ବିଧାୟକ ଦଳ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିବ ବୋଲି ସେ ସୂଚନା ଦେଇଛନ୍ତି।
ଆଜି ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହି ଜିଲ୍ଲାରୁ ୬ ଜଣ ଆକ୍ରାନ୍ତ ଆଖି ବୁଜିଥିବାବେଳେ କଟକ, ଝାରସୁଗୁଡ଼ା, ପୁରୀ, ସୁନ୍ଦରଗଡ଼ରୁ ୪ ଲେଖାଏଁ, ବରଗଡ଼, କେନ୍ଦ୍ରାପଡ଼ା, କୋରାପୁଟରୁ ୩ ଲେଖାଏଁ, ଅନୁଗୁଳ, ମାଲକାନଗିରି, ମୟୂରଭଂଜ, ନୂଆପଡ଼ାରୁ ୨ ଲେଖାଏଁ, କଳାହାଣ୍ଡି, ରାୟଗଡ଼ା, ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।
ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ମୃତକଙ୍କ ସଂଖ୍ୟା ୫୬୫ ହୋଇଥିବାବେଳେ ବରଗଡରେ ମୃତ୍ୟୁ ସଂଖ୍ୟା ୮୮କୁ ବୃଦ୍ଧି ପାଇଥିବାବେଳେ କଟକ ୨୩୨, ଝାରସୁଗୁଡ଼ା ୧୦୬, କଳାହାଣ୍ଡି ୧୬୪, ପୁରୀ ୧୯୪, ସୁନ୍ଦରଗଡ଼ ୩୨୬, କେନ୍ଦ୍ରାପଡ଼ା ୭୨, ରାୟଗଡ଼ା ୧୩୯, ମୟୂରଭଂଜରେ ମୃତ୍ୟୁ ସଂଖ୍ୟା ୧୧୪ ଛୁଇଁଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍