
ଓଡ଼ିଆ ସିନେଜଗତର ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ା ଶୁକ୍ରବାର ଆତ୍ମହତ୍ୟା କରିଛନ୍ତି। ଏହି ଖବର ଓଲିଉଡ଼୍ ଶିଳ୍ପ ସମେତ ତାଙ୍କ ପ୍ରଶଂସକ ତଥା ସମଗ୍ର ରାଜ୍ୟବାସୀଙ୍କୁ ଶକ୍ତ ଧକ୍କା ଦେଇଛି। ଏହି ପ୍ରସିଦ୍ଧ ଅଭିନେତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ସମସ୍ତ ସତ୍ୟ ନ୍ଯୁଜ୨୪ ର ପରିବାର ବର୍ଗ।ଶୋକ ବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ସତ୍ୟ ନ୍ଯୁଜ୨୪ ର ପରିବାର ବର୍ଗ।
ବିଶିଷ୍ଟ ଅଭିନେତା ରାଇମୋହନ ପରିଡ଼ାଙ୍କ ଅକାଳ ବିୟୋଗ ବିଷୟରେ ଜାଣି ସତ୍ୟ ନ୍ଯୁଜ୨୪ ର ପରିବାର ବର୍ଗ ଦୁଃଖିତ। ନାଟକଠୁ ଆରମ୍ଭ କରି ଯାତ୍ରା, ଚଳଚ୍ଚିତ୍ର ପରି କଳାର ବିଭିନ୍ନ କ୍ଷେତ୍ରରେ ତାଙ୍କର ଅନୁପସ୍ଥିତି ସର୍ବଦା ଅନୁଭବ ହେବ। ତାଙ୍କ ନିଖୁଣ ଅଭିନୟ ପାଇଁ ସେ ସ୍ମରଣୀୟ ରହିବେ। ଅମର ଆତ୍ମାର ସଦଗତି କାମନା ସହ ଶୋକାକୁଳ ପରିବାରବର୍ଗଙ୍କ ପ୍ରତି ସମସ୍ତ ସତ୍ୟ ନ୍ଯୁଜ୨୪ ର ପରିବାର ବର୍ଗ ସମବେଦନା ଜଣାଉଛି।’
ସୂଚନାଯୋଗ୍ୟ, ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ା କୌଣସି ଏକ କାରଣକୁ ନେଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଭୁବନେଶ୍ୱର ପ୍ରାଚୀ ବିହାର ସ୍ଥିତ ତାଙ୍କ ଘରୁ ରାଇମୋହନଙ୍କ ଝୁଲନ୍ତା ମୃତଦେହ ମିଳିଥିବା ବେଳେ କେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡ଼ିନାହିଁ। ପାରିବାରିକ ଅସନ୍ତୋଷ କାରଣରୁ ରାଇମୋହନ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ଏନେଇ ଖବର ପାଇବାପରେ ମଞ୍ଚେଶ୍ୱର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଶବବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ନଠାଇଛି। ରାଇମୋହନଙ୍କ ମୃତ୍ୟୁ ନେଇ ପଚରାଉଚରା କରୁଛି ପୁଲିସ।
’
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍