
ତେଲକୋଇ ୨୭।୧୦: କେନ୍ଦୁଝର କାଞ୍ଜିପାଣି ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଦୁର୍ଘଟଣା ଫଳରେ ୫ବର୍ଷର ଶିଶୁ ସମେତ ୩ ଜଣ ଗୁରୁତର ହୋଇଛନ୍ତି । କାଞ୍ଜିପାଣିକୁ ମେଡିକାଲରେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଯାଇ ତେଲକୋଇ ଥାନା ଅନ୍ତର୍ଗତ ପିଟାନାଳି ଗାଁକୁ ଫେରୁଥିବା ବେଳେ କାଞ୍ଜିପାଣି କୁସୁମ ଘାଟିରେ ଦୁର୍ଘଟଣା ଘଟିଛି ।

ଭାରସ୍ୟାମ ହରାଇ ରାସ୍ତା କଡ ଗାର୍ଡଓ୍ବାଲରେ ଅଟୋଟି ପିଟି ହୋଇଯାଇଥିଲା । ଫଳରେ ୫ବର୍ଷର ଶିଶୁ ଜିତେନ୍ଦ୍ର ଜୁଆଙ୍ଗଙ୍କ ସହ ଡ୍ରାଇଭର ବଳରାମ ଜୁଆଙ୍ଗ ଓ ଅନ୍ୟ ଜଣେ ଗୁରୁତର ହୋଇଥିଲେ । ସମସ୍ତ ଗୁରୁତରଙ୍କୁ ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରି ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ନହେବାରୁ ସେମାନଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍