October 18, 2024

Satya News

odia news channel

କାନ୍ଧ ଦେଲେନି ସାହିଭାଇ, ଶଗଡ ଗାଡିରେ ବାପାଙ୍କ ମୃତଦେହ ବୋହିଲା ନାବାଳକ ପୁଅ

 

ପାଟଣାଗଡ ୯।୮: ପାଟଣାଗଡ ବ୍ଲକ୍ ମରୁଆଁ ପଂଚାୟତର ପାଢେଲ ଗ୍ରାମକୁ କିଛି ବର୍ଷ ପୂର୍ବେ ଛତିଶଗଡର କଲ୍ୟାଣ ନାମକ ଜଣେ ବ୍ୟକ୍ତି ଆସି ରହିଥିଲେ । ପରେ ସେହି ଗ୍ରାମର ସୀତା ସରାଫକୁ ଭଲ ପାଇ ବିବାହ କରିଥିଲେ । ଉଭୟ ପାଢେଳ ନିକଟସ୍ଥ ଗୋଶାଳରେ କାମ କରୁଥିଲେ । ସେମାନଙ୍କ ୩ ଝିଅ ଓ ଗୋଟିଏ ପୁଅକୁ ନେଇ ଶ୍ମଶାନରେ ଘର କରି ରହୁଥିଲେ । କିଛିଦିନ ତଳେ କଲ୍ୟାଣ ଅସୁସ୍ଥ ଅନୁଭବ କରିଥିଲେ ପରେ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ ।

ରବିବାର କଲ୍ୟାଣଙ୍କ ମୃତ୍ୟୁ ହୋଇଥିଲା । ପରେ ମୃତଦେହକୁ ପାଢେଳ ଗ୍ରାମକୁ ଆଣିଥିଲେ । କିଛି ଘଣ୍ଟା ଶବ ପଡିରହିଥିବା ବେଳେ ଶବ ଶତ୍କାର ପାଇ ଗାଁର କେହି ବାହାରିନଥିଲେ । ଉଲ୍ଲେଖଯୋଗ୍ୟ ଯେ, ସେ ଗରିବ ଶ୍ରେଣୀ ହେଉ କିମ୍ବା ଅନ୍ୟ ଜାତିରେ ବିବାହ ଓ କୌଣସି ରୋଗରେ ମୃତ୍ୟୁ ହୋଇଥିବାରୁ ସାହି ପଡିଶା ଶବ ଶତ୍କାର ପାଇ ବାହାରିନଥିଲେ । ପରେ ଉକ୍ତ ଗ୍ରାମର ଜଣେ ବ୍ୟକ୍ତି ମାନବିକତା ଦେଖାଇ ଶଗଡ ଗାଡି ଦେଇଥିଲେ । ଶଗଡ ଗାଡିରେ କଲ୍ୟାଣର ଶବକୁ ବୋହି ନାବାଳକ ପୁଅ ନିକଟସ୍ଥ ମଶାଣିକୁ ନେଇ ଅନ୍ତିମ ସଂସ୍କାର କରିଥିଲେ ।

Spread the love