
ଆରଡି : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ବାବା ଆଖଣ୍ଡଳମଣି ଦୁର୍ଲଭ ହରଗୌରୀ ବେଶରେ ଦର୍ଶନ ଦେବେ । ହେଲେ କୋଭଡ-୧୯ ଭୟଭୟତାକୁ ନେଇ ଗୁରୁବାର ସକାଳ ୮ଟାରୁ ଶୁକ୍ରବାର ୮ଟା ଯାଏଁ ପୀଠରେ ୧୪୪ଧାରା ଜାରୀ କରାଯିବା ସହ ପ୍ରଶାସନ ଭକ୍ତଙ୍କ ଦର୍ଶନ ଉପରେ ରୋକ ଲଗାଇଛି । ଏଥିପାଇଁ ସ୍ବତନ୍ତ୍ର କଟକଣା ଜାରୀ କରିଛି ପ୍ରଶାସନ। ଅନ୍ୟପଟେ ମଣିବାବାଙ୍କର ସମସ୍ତ ପଞ୍ଚୁକ ନୀତି ସହ ହେବାକୁ ଥିବା ଦୁର୍ଲଭ ହରଗୌରୀ ବେଶ କୋଭିଡ ନିୟମ ଅନୁଯାୟୀ ସମ୍ପନ୍ନ କରିବା ପାଇଁ ପ୍ରଶାସନ ସେବାୟତଙ୍କୁ ପରାମର୍ଶ ଦେଇଛି । ଭୋର ଦ୍ବାରଫିଟା ନୀତି ସହ ମଙ୍ଗଳ ଆଳତୀ ସରିବା ପରେ ମଧ୍ୟାହ୍ନରେ ବାବାଙ୍କୁ ପଞ୍ଚାନନ ବେଶ ଓ ଅପରାହ୍ଣ ୪ଟାରେ ଦୁର୍ଲଭ ହରଗୌରୀ ବେଶରେ ସଜ୍ଜିତ ହେବେ ବାବା । ଆଗନ୍ତୁକ ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଜଳପଥ ଓ ସ୍ଥଳ ପଥରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୨ଦିନ କଟକଣା ପରେ ଆସନ୍ତା ରବିବାର ସକାଳ ୬ଟାରେ ବାବାଙ୍କ ମନ୍ଦିର ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ଖୋଲିବ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍