July 12, 2025

କାର୍ଯ୍ୟକାରିଣୀରେ ବିଜେପିର ଅଭିଯୋଗ: କୋଭିଡ଼ ମୃତ୍ୟୁ ସଂଖ୍ୟା ଲୁଚାଉଛନ୍ତି ସରକାର

 

ଭୁବନେଶ୍ୱର: ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ୧୦ଟି ପ୍ରସଙ୍ଗ ନେଇ ରାଜନୈତିକ ଚିଠା ପ୍ରସ୍ତାବ ବୈଠକରେ ପାରିତ ହୋଇଛି। କାର୍ଯ୍ୟକାରିଣୀରେ ଆଗାମୀ ୩ ମାସର ରୋଡମ୍ୟାପ୍ ତିଆରି ହୋଇଛି । ରାଜ୍ୟ ସରକାରଙ୍କ ବିଫଳତା ନେଇ ଲୋକଙ୍କ ପାଖକୁ ଯିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛି ବିଜେପି।

କାର୍ଯ୍ୟକାରିଣୀରେ ଆଲୋଚନା ସଂପର୍କରେ ଏକ ପ୍ରେସ୍‌ମିଟ୍‌ରେ  ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ରଙ୍କ ସୂଚନା ଦେଇଛନ୍ତି। ସେ କହିଛନ୍ତି, କରୋନା ସଂକ୍ରମଣ ରୋକିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ଟେଷ୍ଟ, ଟ୍ରେସ୍, ଟ୍ରିଟରେ ରାଜ୍ୟ ସଂପୂର୍ଣ୍ଣ ବିଫଳ ହୋଇଛି। ତେଣୁ ମୃତ୍ୟୁ  ସଂଖ୍ୟା ବଢୁଛି । ଅକ୍ସିଜେନ ପ୍ଲାଣ୍ଟ,  ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତିରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ଏଥିସହ କୋଭିଡ଼ ମୃତ୍ୟୁ ସଂଖ୍ୟା ରାଜ୍ୟ ସରକାର ଲୁଚାଉଥିବା କହିଛନ୍ତି ଭୃଗୁ ।

ରାଜ୍ୟ ବିଜେପି ଏଇ କାର୍ଯ୍ୟକାରିଣୀ ବୈଠକ ସଭାପତି ସମୀର ମହାନ୍ତିଙ୍କ ସଭାପତିତ୍ୱରେ ଡିଜିଟାଲ ମୋଡରେ ଅନୁଷ୍ଠିତ ହୋଇଥିଲା। ଏଇ କାର୍ଯ୍ୟକାରିଣୀରେ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ସହ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟର ପଦାଧିକାରୀ, ବିଧାୟକ, ଜିଲ୍ଲା ସଭାପତି, କାର୍ଯ୍ୟକାରିଣୀର ସମସ୍ତ ସଭ୍ୟ, ବିଭିନ୍ନ ମୋର୍ଚ୍ଚାର ସଭାପତିମାନେ ଯୋଗ ଦେଇଛନ୍ତି । ଏପଟେ ବିଜେପିର ଅଭିଯୋଗ ନେଇ ବିଜେଡି ରଖିଛି ପ୍ରତିକ୍ରିୟା।

 

Spread the love