December 21, 2024

କାହିଁକି ହେଲା ରିପୁଦମନ ସିଂ ମଲିକଙ୍କ ହତ୍ୟା ?

 

ନୂଆଦିଲ୍ଲୀ : କାନାଡାରେ ପୂର୍ବତନ ଖଲିସ୍ଥାନୀ ଆତଙ୍କବାଦୀ ରିପୁଦମନ ସିଂ ମଲିକର ହତ୍ୟା ଘଟଣା ଭାରତରେ ଚାଞ୍ଚଲ୍ୟ ଖେଳାଇଦେଇଛି । କେଉଁ କାରଣରୁ ତାଙ୍କର ହତ୍ୟା କରାଗଲା ତାହାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଯାଇଛି ।

ରିପୁଦମନଙ୍କ ହତ୍ୟା ପଛରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ଓ ଖଲିସ୍ଥାନୀଙ୍କ ହାତ ଥିବା ସଂଦେହ କରାଯାଉଛି । ବିଗତ କିଛି ବର୍ଷ ଧରି ଖଲିସ୍ଥାନୀମାନଙ୍କଠାରୁ ସେ ଦୂରେଇ ଯାଇଥିଲେ ଓ ଭାରତ ସପକ୍ଷରେ ରହୁଥିଲେ । ଏହାକୁ ନେଇ ଆଇଏସଆଇ ଓ ଖଲିସ୍ଥାନୀମାନଙ୍କ ହିଟଲିଷ୍ଟକୁ ସେ ପଳାଇଆସିଥିଲେ ।

କାନାଡାରେ ତାଙ୍କର ଖାଲସା ସ୍କୁଲ ରହିଥିବାବେଳେ ଏକ ଖାଲସା କଲେଜ ଖୋଲିବାକୁ ଯୋଜନା କରିଥିଲେ । ଏଥିପାଇଁ ସେ ଅକାଲ ତଖତ ଜଠେଦାରଙ୍କୁ ଆମନ୍ତ୍ରଣ କରିଥିଲେ । କିନ୍ତୁ ଖଲିସ୍ଥାନୀଙ୍କ ଧମକ ପରେ ଏହି କାର୍ଯ୍ୟକ୍ରମ ବାତିଲ କରାଯାଇଥିଲା ।

ଏଥିରେ ରିପୁଦମନ କ୍ରୋଧିତ ହୋଇ ଖଲିସ୍ଥାନୀ ଓ ସେମାନଙ୍କୁ ସହାୟତା କରୁଥିବା ଏକ ବିଦେଶୀ ଏଜେନ୍ସିର ମୁଖା ଖୋଲିହେବାକୁ ଧମକ ଦେଇଥିଲେ । ଏକ ଟିଭ ଚ୍ୟାନେଲକୁ ସାକ୍ଷାତକାର ଦେବା ଅବସରରେ ସେ ଏହି ଧମକ ଦେଇଥିଲେ । ଏହି କାରଣରୁ ତାଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ଗୁଇନ୍ଦା ଏଜେନ୍ସିମାନେ ସଂଦେହ କରୁଛନ୍ତି ।

୧୯୮୫ରେ ହୋଇଥିବା ଏୟାରଇଣ୍ଡିଆ ଫ୍ଲାଇଟ ବିସ୍ଫୋରଣ ମାମଲାରେ ସେ ଅନ୍ୟତମ ଅଭିଯୁକ୍ତ ଥିଲା । ତେବେ ପରେ ସେ ଏହି ମାମଲାରୁ ଦୋଷମୁକ୍ତ ହୋଇଥିଲା ।

Spread the love