October 18, 2024

Satya News

odia news channel

କୋଟିଆରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗ: ରାଜନୈତିକ ସ୍ତରରେ ମାମଲାର ସମାଧାନ ପାଇଁ ଉଭୟ ରାଜ୍ୟଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ

 

ନୂଆଦିଲ୍ଲୀ: କୋଟିଆରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗ ମାମଲାର ଶୁଣାଣିକୁ ଛଅ ସପ୍ତାହ ପାଇଁ ଘୁଞ୍ଚାଇ ଦେଇଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟର ବିଚାରପତି ଏ.ଏମ.ଖାନୱିଲକର, ବିଚାରପତି ସଂଜିବ ଖାନ୍ନା ଓ ବିଚାରପତି ଜେ.କେ ମାହେଶ୍ବରୀଙ୍କ ଖଣ୍ଡପୀଠରେ ଆଜି ଏହି ମାମଲାର ଶୂଣାଣି ହୋଇଥିଲା। ତିନିଜଣିଆ ଖଣ୍ଡପୀଠ ଉଭୟ ଓଡିଶା ଓ ଆନ୍ଧ୍ର ପ୍ରଦେଶକୁ ଏହି ପ୍ରସଙ୍ଗରେ ରାଜନୈତିକ ସ୍ତରରେ ସମାଧାନ କରିବା ପାଇଁ ପରାମର୍ଶ ଦେଇଥିଲୋ ଖଣ୍ଡପୀଠ ପରବର୍ତୀ ଶୁଣାଣି ପାଇଁ କୌଣସି ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ କରିନାହାନ୍ତି। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଟ ଆଇନଜୀବୀ ବିକାଶ ସିଂହ ଏବଂ ଆଡଭୋକେଟ ଅନ ରେକର୍ଡ ଶିବ ଶଙ୍କର ମିଶ୍ର ସୁପ୍ରିମକୋର୍ଟରେ ମାମଲାର ପରିଚାଳନା କରିଥିଲୋ

ଉଲ୍ଲେଖଯୋଗ୍ୟ, କୋଟିଆ ଗ୍ରାମପୁଂଜ ମାମଲାରେ ସ୍ଥିତବସ୍ଥା ବଜାୟ ରଖିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଉଭୟ ଓଡିଶା ଓ ଆନ୍ଧ୍ର ପ୍ରଦେଶ ସରକାର ଏ ବାବଦରେ କୋର୍ଟଙ୍କୁ ଅଣ୍ଡରଟେକିଂ ଲେଖିଦେଇଥିଲୋ ଏହାକୁ ଉଲଂଘନ କରି ଆନ୍ଧ୍ର ସରକାର କୋଟିଆକୁ ନିଜର ବୋଲି ଦର୍ଶାଇ ପଂଚାୟତ ନିର୍ବାଚନ କରୁଛି ଯାହା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଉଲଂଘନ କରୁଛି ଦର୍ଶାଇ ଓଡିଶା ଫେବ୍ରୁଆରି ୧୦,୨୦୨୧ ରେ ଆନ୍ଧ୍ର ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲା। ଆନ୍ଧ୍ର ମୁଖ୍ୟ ଶାସନ ସଚିବ,ଆନ୍ଧ୍ର ରାଜ୍ୟ ନିର୍ବାଚନ କମିଶନର ଏବଂ ବିଜୟନଗରମ ଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ୟାନୂଷ୍ଠାନ ନେବାକୁ ଓଡିଶା ପକ୍ଷରୁ ପ୍ରାର୍ଥନା କରାଯାଇଥିଲା ଯାହାର ଜବାବ ପ୍ରତିପକ୍ଷ ଆନ୍ଧ୍ରକୁ ମାଗିଥିଲେ ସୁପ୍ରିମକୋର୍ଟ। ଆନ୍ଧ୍ର ପକ୍ଷରୁ ଜବାବ ଦାଖଲ କରାଯାଇଥିଲା। ଏହାପରେ ଓଡିଶା ଦ୍ବାରା ଏପ୍ରିଲ ୭,୨୦୨୧ରେ ଆନ୍ଧ୍ର ବିରୋଧରେ ଦ୍ବିତୀୟ ଅଦାଲତ ଅବମାନନା ମାମଲା ଦାୟର କରାଯାଇ ତ୍ବରିତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରାର୍ଥନା କରାଯାଇଥଲା ଇତିମଧ୍ୟରେ ରାଜ୍ୟ ସରକାରଙ୍କ ଆନ୍ଧ୍ର ବିରୋଧରେ ଅରିଜିନାଲ ସୁଟ ଦାଖଲ କରିବା ନେଇ ପ୍ରସ୍ତୁତି ଚୁଢାନ୍ତ ପର୍ଯ୍ୟାୟରେ ଥବାର ଜଣାପଡିଛି।

Spread the love