September 19, 2024

Satya News

odia news channel

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା: ଦୟାଲ ବୃଦ୍ଧାଶ୍ରମରେ କ୍ରାଇମବ୍ରାଞ୍ଚ ଟିମର ତଦନ୍ତ

 

ଭୁବନେଶ୍ବର: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାର ତଦନ୍ତ ଲାଗି ଭୁବନେଶ୍ୱର ଦୟାଲ ବୃଦ୍ଧାଶ୍ରମରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚିଛନ୍ତି।  ଡିଏସ୍‌ପି କଳ୍ପନା ସାହୁଙ୍କ ନେତୃତ୍ୱରେ ୫ ଜଣିଆ କ୍ରାଇମବ୍ରାଞ୍ଚ ଟିମର ତଦନ୍ତ ଜାରି ରହିଥିବା ଜଣାଯାଇଛି। ଏହି ତଦନ୍ତରେ କ୍ରାଇମବ୍ରାଞ୍ଚ ସହ ଫରେନସିକ୍ ଟିମକୁ ମଧ୍ୟ ସାମିଲ କରାଯାଇଛି। ବୃଦ୍ଧାଶ୍ରମର କେଆର ଟେକରଙ୍କୁ ଟିମ୍ ପଚରାଉଚରା କରୁଥିବା ଜଣାଯାଇଛି। ଘଟଣାର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଥିବା ଶର୍ମିଷ୍ଠା ରାଉତ ଏବେ ବି ଫେରାର ଅଛନ୍ତି।

ଫଟୋଗ୍ରାଫର ମାନସ ସ୍ୱାଇଁଙ୍କ ହତ୍ୟା ହତ୍ୟା ପଛରେ ୱେବ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ ହାତ ଥିବା ସ୍ପଷ୍ଟ ହେବାରେ ଲାଗିଛି। ସେହି ୱେବ୍ ପୋର୍ଟାଲ ମାଲିକାଣୀଙ୍କ ଫଟୋ ସାମ୍ନାକୁ ଆସିଛି । ଏହି ମହିଳାଜଣଙ୍କ ଏହି ହତ୍ୟାକାଣ୍ଡ ପଛରେ ଥିବା କୁହାଯାଉଛି। ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ଜାରି ରହିଥିବାର ସୂଚନା ମିଳିଛି। ଚର୍ଚ୍ଚା ହେଉଛି ଯେ ଶର୍ମିଷ୍ଠା ରାଉତ ଫଟୋଗ୍ରାଫର ମାନସ ସ୍ୱାଇଁଙ୍କ ଜରିଆରେ ଅଶ୍ଳୀଳ ଫିଲ୍ମର ସୁଟିଂ କରାଉଥିଲେ। ଅଶ୍ଳୀଳ ଫିଲ୍ମର କିଛି କ୍ଲିପ୍ ମାନସ ନିଜ ପାଖରେ ରଖିଥିଲେ, ଯାହାକୁ ଶର୍ମିଷ୍ଠା ମାଗୁଥିଲେ ବି ମାନସ ଦେଉନଥିଲେ।

ଏହି କାରଣରୁ ତାଙ୍କୁ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ନିକଟରୁ ଅପହରଣ କରାଯାଇ ପରେ ଭୁବନେଶ୍ୱର ଦୟାଲ ବୃଦ୍ଧାଶ୍ରମରେ ରଖାଯାଇ ହତ୍ୟା କରାଯାଇଥିବା କୁହାଯାଉଛି। ଏଣେ ୱେବ୍ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତ ତାଙ୍କ ସଂସ୍ଥାର ରାଜଧାନୀରେ ଥିବା କାର୍ଯ୍ୟାଳୟକୁ ପ୍ରାୟ ମାସେ ହେବ ଆସି ନଥିବା କହିଛନ୍ତି କେଆର ଟେକର୍।

Spread the love