
ଡେରାଡୁନ୍: ଉତ୍ତରାଖଣ୍ଡର ଚକରାତାରେ ରବିବାର ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ୧୦ଟା ସମୟେରେ ଚକରାତାର ଭରମ ଖତ ସ୍ଥିତ ବାୟଲା ଗାଁରୁ ବିକାଶନଗର ଯାଉଥିବା ଏକ ବୋଲେରୋ ବାୟଲା-ପିଙ୍ଗୁୱା ରାସ୍ତାରେ ଭାରସାମ୍ୟ ହରାଇ ୪୦୦ ମିଟର ଗଭୀର ଖାତକୁ ଖସି ପଡ଼ିଛି। ବୋଲେରୋରେ ମୋଟ୍ ୧୫ ଜଣ ଯାତ୍ରୀ ଥିବା ବେଳେ ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ୨ଜଣ ଗୁରୁତର ଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି। କେମିତି ଓ କେଉଁ ପରିସ୍ଥିତିରେ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହେଲା ସେନେଇ ଯାଞ୍ଚ ଚାଲିଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍