
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଗାବ୍ରିଏଲଗୁଡା କଲ୍ୟାଣ ମଣ୍ଡପ ଠାରେ ଖ୍ରୀଷ୍ଟ ମାସ ୨୦୨୧- ଉତ୍ସବ ଆରମ୍ଭ ହୋଇଯାଇଛି।ଏଥିରେ ମୁଖ୍ୟ ଭକ୍ତା ଭାବେ ସିଦ୍ଧାର୍ଥ ଲୀମା ଯୋଗ ଦେଇ ପ୍ରଭୁ ଯୀଶୁ ଙ୍କ ବାଣୀ କୁ ଅନୁସରଣ କରି ଚଳିବାପାଇଁ ପରାମର୍ଶ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ଡ଼ାବୁଗାଁ ପୂର୍ବତନ ବିଧାୟକ ଭୁଜବଳ ମାଝୀ, ରାଜ୍ୟ କଂଗ୍ରେସ କାର୍ୟ୍ୟ କାରିଣୀ ର ଉପସଭାପତି ସଦନ ନାୟକ, ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ ପ୍ରମୁଖ ଯୋଗଦେଇ ସମସ୍ତଙ୍କୁ ଶୁଭକାମନା ଜଣାଇଥିଲେ । ଏହି କାର୍ୟ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଦିଲ୍ଲୀପ ପ୍ରଧାନୀ, ତେନ୍ତୁଳିଖୁଣ୍ଟି ବ୍ଲକ କଂଗ୍ରେସ ସଭାପତି ପହଲ୍ଲାଦ ହିଆଲ,ଭୀମ ହରିଜନ ପ୍ରମୁଖ ଉପସ୍ଥିତ ଥିଲେ । ନବରଙ୍ଗପୁର ନିପା ର ଜିଲ୍ଲା ସଭାପତି କାର୍ୟ୍ୟକ୍ରମ ପରିଚାଳନା କରିଥିଲେ। ନିପା ଉପସବାପତି ରେଭ କିସର ହିଆଲ, ନିର ଖୋସଲା ପ୍ରମୁଖ ସହଯୋଗ କରିଥିବାବେଳେ ଅଲେକ୍ସିସ ସୁନା ଧନ୍ୟବାଦ ଜଣାଇଥିଲେ ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍