February 15, 2026

ଗଜରାଜଙ୍କ ସୁରକ୍ଷା ପାଇଁ ଗୁଜୁରାଟ ମଡ଼େଲ୍ ଆପଣାଇବ ଓଡ଼ିଶା !

 

  • ହାତୀଙ୍କ ସୁରକ୍ଷା ପାଇଁ ଗୁଜୁରାଟ ମଡ଼େଲ୍ ଆପଣାଇବ ଓଡ଼ିଶା 
  • ଟ୍ରେନ୍ ଧକ୍କାରେ ହାତୀ ମୃତ୍ୟୁକୁ ରୋକିବା ପାଇଁ ଖୁବ୍ ଶୀଘ୍ର ଯୋଜନାକୁ ଚୂଡାନ୍ତ ରୂପରେଖ ଦିଆଯିବ
  • ଇୟର ଟୁ ଦ ୱାଇଲ୍ଡ ଫାଉଣ୍ଡେସନ ପକ୍ଷରୁ ରାଜ୍ୟ ବନ ବିଭାଗ ସହ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ହାତୀଙ୍କ ସୁରକ୍ଷା ପାଇଁ ଗୁଜୁରାଟ ମଡ଼େଲ୍ ଆପଣାଇବ ଓଡ଼ିଶା ! ଟ୍ରେନ୍ ଧକ୍କାରେ ହାତୀ ମୃତ୍ୟୁକୁ ରୋକିବା ପାଇଁ ଖୁବ୍ ଶୀଘ୍ର ଯୋଜନାକୁ ଚୂଡାନ୍ତ ରୂପରେଖ ଦିଆଯିବ ବୋଲି ସୂଚନା ମିଳିଛି। ଏହି ଯୋଜନାରେ ଚଳନ୍ତା ଟ୍ରେନ୍ କିଭଳି ଅଟକିବ, ତା’ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଫଳରେ ଟ୍ରେନ୍ ଧକ୍କାରେ ହାତୀ ମୃତ୍ୟୁକୁ ରୋକିବାରେ ଏହା ବେଶ୍ ଫଳପ୍ରଦ ହେବ ବୋଲି ଆଶା କରାଯାଉଛି।

ନୂଆ ଯୋଜନା ଅନୁଯାୟୀ, ହାତୀ ରେଲ୍‌ୱେ ଟ୍ରାକ୍ ଉପରକୁ ଆସିଲେ ଅଟୋମେଟିକ୍ ଏକ ସିଗ୍ନାଲ୍ ଉଭୟ ଅପ୍ ଓ ଡାଉନ୍ ଲାଇନ୍‌କୁ ପ୍ରସାରିତ ହେବ ଏବଂ ଆବଶ୍ୟକ ସ୍ଥଳେ ସାଇରନ୍ ବାଜିବ। ଏହାଦ୍ୱାରା ଡ୍ରାଇଭର ଟ୍ରେନ୍‌ର ଗତି କମାଇ ପାରିବେ।

Spread the love