
ଆନନ୍ଦପୁର, ୩୧।୧୦: ଆନନ୍ଦପୁର ଉପଖଣ୍ଡ ବିଦ୍ଯାଧରପୁର-ଶାଳନିଆ ମୁଖ୍ଯ କେନାଲର ପନ୍ଦାଡୋ ଠାରେ କେନାଲରେ ଗାଧୋଇବା ସମୟରେ ୨ ନାବାଳକ ଭାସିଯାଇଥିଲେ । ଖବର ପାଇ ହାଟଡିହି ଅଗ୍ନିଶ୍ରମ ବିଭାଗ କର୍ମଚାରୀମାନେ ଉଦ୍ଧାର କାର୍ଯ୍ଯରେ ଲାଗି ରହିଥିଲା । ନିଖୋଜ ୨ ଜଣଙ୍କ ମଧ୍ଯରୁ ଜଣକର ମୃତଦେହ ଅଗ୍ନିଶ୍ରମ ବିଭାଗ ପ୍ରଥମେ ଉଦ୍ଧାର କରିଥିବା ବେଳେ ଅନ୍ୟ ନାବାଳକର ମୃତଦେହ ମଧ୍ୟ ଉଦ୍ଧାର କରାଯାଇଛି ।
ଉଦ୍ଧାର ହୋଇଥିବା ବାଳକ ପନ୍ଦାଡୋ ଗ୍ରାମର ପଦ୍ମନାଭ ଦାସଙ୍କ ପୁଅ ବବୁଲୁ ହୋଇଥିବା ଜଣା ପଡିଛି। ବବୁଲୁର ସହପାଠୀ ହିମାଂସୁ ରାଉତଙ୍କର ମଧ୍ୟ ମୃତଦେହ ମିଲିଛି । ଆଜି ୪ଜଣ ସାଙ୍ଗ ଏକାଠି କେନାଲରେ ଗାଧୋଇବା ସମୟରେ ଅସାବଧାନତା କାରଣରୁ ବବୁଲୁ ଓ ହିମାଂଶୁ କେନାଲରେ ଭାସିଯାଇଥିଲେ ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍