December 3, 2025

ଗିନିଜ୍‌ ରେକର୍ଡ : ୧୦୫ ଘଣ୍ଟାରେ ୭୫ କିମି ରାଜପଥ ନିର୍ମାଣ

ନୂଆଦିଲ୍ଲୀ: ଦୀର୍ଘତମ ବିଟୁମିନସ୍ କଂକ୍ରିଟ୍ ରାସ୍ତା ନିର୍ମାଣ କରିବାରେ ଭାରତ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନଏଚ୍‌ଏଆଇ) ଗିନିଜ୍ ୱାର୍ଲ୍ଡ ରେକର୍ଡ କରିଛନ୍ତି। ଏନଏଚଏଆଇ ୫୩ ନମ୍ବର ଜାତୀୟ ରାଜପଥର ଅମରାବତୀରୁ ଆକୋଲା ଜିଲା ମଧ୍ୟରେ ୭୫ କିମି ଦୀର୍ଘ ବିଟୁମିନସ୍ କଂକ୍ରିଟ୍ ରାସ୍ତା ନିର୍ମାଣ କରିଛନ୍ତି। ଗୋଟିଏ ଲେନ ବିଶିଷ୍ଟ ଏହି ରାସ୍ତାର ନିର୍ମାଣ କାମ ୧୦୫ଘଣ୍ଟା ୩୩ ମିନିଟ୍‌ରେ ଶେଷ ହୋଇଛି। ଜୁନ୍‌ ୩ ତାରିଖ ସକାଳ ୭ଟା ୨୭ ମିନିଟ୍‌ରେ ରାସ୍ତା ନିର୍ମାଣ କାମ ଆରମ୍ଭ ହୋଇ ଜୁନ୍ ୭ ତାରିଖ ଅପରାହ୍ଣ ୫ଟାରେ ଶେଷ ହୋଇଥିଲା। ଏଥିରେ ଏନଏଚଏଆଇର ୮୦୦ କର୍ମଚାରୀ ଓ ୭୨୦ ଶ୍ରମିକ ଲାଗିଥିଲେ। ଏହା ପୂର୍ବରୁ କାତାରା ସର୍ବାଧିକ ୨୭.୨୫ କିମି ବିଟୁମିନସ କଂକ୍ରିଟ୍ ରାସ୍ତା ନିର୍ମାଣର ରେକର୍ଡ କରିଥିଲା।

 

Spread the love