
ଅହମଦାବାଦ: ଗୁଜରାଟ ପୁଲିସ ରାଜ୍ୟରେ ବିପୁଳ ପରିମାଣର ଉକ୍ରଟ ନିଶାଦ୍ରବ୍ୟ ଜବତ କରିବାରେ ସଫଳ ହୋଇଛି । ରାଜ୍ୟ ପୁଲିସର ସ୍ପେଶାଲ ଅପରେସନ ଗ୍ରୁପ୍ ଦ୍ୱାରକାରୁ ପ୍ରାୟ ୧୫ କିଲୋଗ୍ରାମ ଉକ୍ରଟ ନିଶାଦ୍ରବ୍ୟ ଜବତ କରିଛି । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୮୬ କୋଟି ଟଙ୍କା ହେବ ବୋଲି ଜଣାଯାଇଛି । ଏହାକୁ ସମୁଦ୍ରପଥରେ ପାକିସ୍ତାନରୁ ଅଣାଯାଇଥିଲା । ରାଜ୍ୟ ପୁଲିସର ଏସଓଜି ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଧିକାରୀମାନେ ମିଳିତ ଭାବରେ ଚଢଉ କରି ଏହି ବିପୁଳ ପରିମାଣର ନିଶାଦ୍ରବ୍ୟକୁ ଦ୍ୱାରକା ଉପକୂଳରୁ ଜବତ କରିବାରେ ସଫଳ ହୋଇଥିଲେ । ଏହି ଘଟଣାରେ ଜଣକୁ ଗିରଫ କରାଯାଇଛି । ଏହା ପୂର୍ବରୁ ଚଳିତ ମାସ ପ୍ରଥମ ସପ୍ତାହରେ ପୋରବନ୍ଦର ଉପକୂଳରୁ ୩୦୦ କିଲୋଗ୍ରାମ ଓଜନର ଉକ୍ରଟ ନିଶାଦ୍ରବ୍ୟକୁ ଜବତ କରାଯାଇଥିଲା । ପାକିସ୍ତାନରୁ ଭାରତକୁ ନିୟମିତ ଭାବରେ ମାରାତ୍ମକ ନିଶାଦ୍ରବ୍ୟ ଚାଲାଣ କରାଯାଉଥିବାବେଳେ ତାହାକୁ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ଏବଂ ସୁରକ୍ଷା ବାହିନୀ ଯବାନମାନେ ବିଭିନ୍ନ ସ୍ଥାନରୁ ଜବତ କରିବାରେ ସଫଳ ହେଉଛନ୍ତି ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍