
ଭୁବନେଶ୍ବର : ଯାତ୍ରୀଙ୍କ ସୁବିଧା ପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଓ ଏହା ମଧ୍ୟ ଦେଇ ଅଧିକ ବିଶେଷ ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି। ପୂର୍ବତଟ ରେଳପଥ ମଧ୍ୟରୁ ୬ ଯୋଡ଼ା ବିଶେଷ ଟ୍ରେନ୍ ଓ ଏହା ମଧ୍ୟ ଦେଇ ଏକ ଯୋଡ଼ା ଟ୍ରେନ୍ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ। ଏହାବ୍ୟତୀତ ଆହୁରି କିଛି ବିଶେଷ ଟ୍ରେନ୍ ପୂର୍ବତଟ ରେଳପଥ ପରିସୀମାରୁ ସ୍ଥିରୀକୃତ ସମୟ ମଧ୍ୟରେ ଚାଲିବ ବୋଲି ରେଳପଥ ପକ୍ଷରୁ କୁହାଯାଇଛି।
ଭୁବନେଶ୍ବର-କୃଷ୍ଣରାଜପୁରମ୍(ବେଙ୍ଗାଲୁରୁ)-ଭୁବନେଶ୍ବର ବିଶେଷ ଟ୍ରେନ୍ ଜୁଲାଇ ୧୪ରୁ ଭୁବନେଶ୍ବରରୁ ପ୍ରତି ବୁଧବାର ଓ କୃଷ୍ଣରାଜପୁରମ୍ରୁ ଜୁଲାଇ ୧୫ରୁ ପ୍ରତି ଗୁରୁବାର ଛାଡ଼ିବ। ସେହିପରି ବିଶାଖାପାଟଣା-ଭୁବନେଶ୍ବର-ବିଶାଖାପାଟଣା ଦୈନନ୍ଦିନ ଚଳାଚଳ କରିବାକୁ ଥିବା ବିଶେଷ ଟ୍ରେନ୍(୦୮୫୭୦/୦୮୫୬୯) ବିଶାଖାପାଟଣାରୁ ଜୁଲାଇ ୧୪ରୁ ଓ ଭୁବନେଶ୍ବରରୁ ଜୁଲାଇ ୧୫ରୁ ଚାଲିବ। ବିଶାଖାପାଟଣା-ଭଗତ କି କୋଠି-ବିଶାଖାପାଟଣା ସ୍ପେସାଲ୍(୦୮୫୭୩/୦୮୫୭୪) ଭାୟା ରାୟଗଡ଼ା ଓ ଟିଟିଲାଗଡ଼ ବିଶାଖାପାଟଣାରୁ ଆସନ୍ତା ୮ ତାରିଖରୁ ଓ ଭଗତ କି କୋଠିରୁ ୧୦ରୁ ଛାଡ଼ିବ। ବିଶାଖାପାଟଣା-ଟାଟାନଗର-ବିଶାଖାପାଟଣା ସ୍ପେସାଲ୍(୦୮୫୭୨/୦୮୫୭୧) ଭାୟା ଭୁବନେଶ୍ବର ଓ କେନ୍ଦୁଝରଗଡ଼ ବିଶାଖାପାଟଣାରୁ ୧୧ରୁ ଓ ଟାଟାରୁ ଜୁଲାଇ ୧୨ରୁ ପ୍ରତି ସୋମବାର ଦିନ ଚାଲିବ।
ସେହିପରି ବିଶାଖାପାଟଣା-ଦୀଘା-ବିଶାଖାପାଟଣା, ବିଶାଖାପାଟଣା-ନାନ୍ଦେଡ୍-ବିଶାଖାପାଟଣା, ସାନ୍ତ୍ରାଗାଛି-ତିରୁପତି-ସାନ୍ତ୍ରାଗାଛି ବିଶେଷ ଟ୍ରେନ୍ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍