July 8, 2025

ଘରକାନ୍ଥ ପଡି ୨ ଗୁରୁତର, ମେଡିକାଲରେ ଭର୍ତ୍ତି

 

ତେଲକୋଇ ୧୨।୭: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ କାଳିଆହତା ପଞ୍ଚାୟତ କାଟେଣିପଶୀ ଗାଁ ଘାସିରାଇ ସାହିରେ ଅଘଟଣ । କାନ୍ଥ ପଡି ଦୁଇ ମହିଳା ଗୁରୁତର ହୋଇଛନ୍ତି । ଘରର କାନ୍ଥ ପାଖରେ ବସି କିଛି ମହିଳା କଥା ହେଉଥିବା ବେଳେ ଦୁର୍ବଳ ଥିବା କାନ୍ଥଟି ଭୁଷୁଡି ପଡିଥିଲା । ଫଳରେ ଦୁଇ ମହିଳାଙ୍କ ଉପରେ କାନ୍ଥ ମାଡି ବସିଥିଲା ।

ଦୁଇ ମହିଳା ମିନତୀ ମୁଣ୍ଡା ଓ ପାଣ୍ଡେଇ ମୁଣ୍ଡା ଗୁରୁତର ହୋଇପଡିଥିଲେ । ଦୁଇ ଗୁରୁତରଙ୍କୁ ସଙ୍ଗେ ସଙ୍ଗେ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ଜିଲ୍ଲା  ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

Spread the love