
ସୁଆଣ୍ଡୋ : ଭାଦ୍ରବମାସ ଶୁକ୍ଳପକ୍ଷ ଷଷ୍ଠି ତିଥିରେ ଘରେ ଘରେ ଷଷ୍ଠି ଓଷା ପାଳିତ ହୋଇଥାଏ । ଏହି ଅବସରରେ ପୁରୀଜିଲା ସତ୍ୟବାଦୀର ସବୁ ପରିବାରରେ ଷଷ୍ଠି ଦେବୀଙ୍କ ପୂଜା ସୋମବାର ଅନୁଷ୍ଠିତ ହୋଇଛି । ମୁରୁଜ ପକାଯାଇ ଗୋଟିଏ ପିଢା ଉପରେ ଶିଳପୁଆଟିଏ ରଖି ହଳଦି ଦ୍ବାରା କାଳ୍ପନିକ ଷଷ୍ଠି ଦେବୀଙ୍କ ମୂର୍ତ୍ତି କରା ଯାଇଥାଏ। ନୂଆଲୁଗା ପିନ୍ଧି ଧୂପ ଦୀପ ସହିତ ଫୁଲ ଚନ୍ଦନ ସିନ୍ଦୁର ଦୁବ ବରକୋଳି ପତ୍ର ଲାଗି ହୋଇଥାନ୍ତି । ଚକୁଳି ପିଠା ମାଆଙ୍କୁ ବାଳ ଭୋଗଲାଗି କରା ଯାଇଥାଏ । ମାଆମାନେ ନିଜ ପିଲାମାନଙ୍କୁ ନୂତନ ପୋଷାକ ପିନ୍ଧାଇ କପାଳରେ ଚିତା ଲଗାଇ ଷଷ୍ଠି ଦେବୀଙ୍କ ମୂର୍ତ୍ତି ଆଗରେ ବସାଇ ବନ୍ଦାପନା କରିଥାନ୍ତି। ସାରୁଗଛ ପରି ବଢ, ଓଲୁଅ ଗଛ ପରି ବଢ ବୋଲି ସାରୁ ଗଛରେ ପିଲାମାନଙ୍କ ପିଠି କୁ ମାଆ ସାତଥର ବାଡେଇ ଥାନ୍ତି । ନିଜ ସନ୍ତାନମାନଙ୍କ ମଙ୍ଗଳ କାମନା କରାଯାଇ ବିନା ମନ୍ତ୍ରରେ ଭକ୍ତି ଭାବରେ ଏହି ଷଷ୍ଠି ଓଷା କାହିଁ କେଉଁ କାଳରୁ ପରମ୍ପରା ଅନୁସାରେ କରାଯାଇ ଆସୁଛି । ସବୁରି ଘରେ ଖେଚୁଡ଼ି ଡାଲମା ତରକାରୀ ସାଗ ଖଟା ଖିରୀ ପିଠା ଆଦି କରାଯାଇ ମାଆଙ୍କ ଦିପହର ଭୋଗ କରାଯିବା ପରେ ସମସ୍ତେ ପ୍ରସାଦ ସେବନ କରିଥାନ୍ତି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍