
ଆନନ୍ଦପୁର: ସୁସ୍ଥ ହୋଇଥିବା ଜଣେ କୋଭିଡ୍ ଆକ୍ରାନ୍ତଙ୍କୁ ଘରେ ଛାଡ଼ିବା ପରିବର୍ତ୍ତେ ଜଙ୍ଗଲରେ ଛାଡ଼ି ଚାଲିଗଲେ ଆମ୍ବୁଲାନ୍ସ ଡ୍ରାଇଭର। ଦୀର୍ଘ ସମୟ ଅପେକ୍ଷା କରିବା ପରେ ଶେଷରେ ଅନ୍ୟ ଏକ ଆମ୍ବୁଲାନ୍ସରେ ଘରେ ପହଞ୍ଚିଲେ ସମ୍ପୃକ୍ତ ବ୍ୟକ୍ତି। କେନ୍ଦୁଝର ଜିଲ୍ଲା ଆନନ୍ଦପୁରରୁ ଏଭଳି ଅଭିଯୋଗ ଆସିଛି।
ଘଟଣାକୁ ନେଇ ଭାସ୍କର କହିଛନ୍ତି, ଗାଡ଼ି ଡ୍ରାଇଭର ବାଟରେ ନିଶାସକ୍ତ ହୋଇ ଶୋଇ ପଡ଼ିଲା। ବାରମ୍ବାର ତାକୁ ଡାକିବା ପରେ ମଧ୍ୟ ସେ ଶୁଣି ନଥିଲା। କିଛି ସମୟ ପରେ ଉଠିଲା। ମୁଁ ଅପେକ୍ଷା କରିଛି, ହେଲେ ସେ ଗାଡ଼ି ଧରି ପଳାଇଥିଲା’।
ଭାସ୍କରଙ୍କୁ ଘରେ ପହଞ୍ଚାଇଥିବା ଅନ୍ୟ ଏକ ଆମ୍ବୁଲାନ୍ସ ଡ୍ରାଇଭର ଘଟଣାକୁ ନେଇ କହିଛନ୍ତି, ‘ମେଡିକାଲ୍ରୁ ଖବର ପାଇବା ପରେ ମୁଁ ରୋଗୀଙ୍କୁ ନେବାକୁ କୁମୁଡ ଛକ ନିକଟକୁ ଆସିଥିଲି। ତାଙ୍କୁ ନେଇ ତାଙ୍କ ଗାଁରେ ଛାଡ଼ି ଦେବ ବୋଲି କୁହାଯାଇଥିଲା’।
ସମ୍ପୃକ୍ତ ଡ୍ରାଇଭର ଡ୍ୟୁଟିରେ ଥାଇ କିଭଳି ମଦ୍ୟପାନ କଲେ ? ନିଶାସକ୍ତ ଅବସ୍ଥାରେ ରୋଗୀଙ୍କୁ କିଭଳି ଭାବରେ ଅଧା ବାଟରେ ଛାଡ଼ି ଚାଲିଗଲେ ? ଏନେଇ ଅନେକ ପ୍ରଶ୍ନ ଉଠୁଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍