September 19, 2024

Satya News

odia news channel

ଚନ୍ଦନୀପାଳରେ ୫କୋଟି ବ୍ୟୟରେ ନିର୍ମାଣ ହେବ ନୂଆ ଜେଟି: ଜିଲା ପ୍ରଶାସନର ଅନୁମତି, ମତ୍ସ୍ୟ ବିଭାଗ ଅନୁମୋଦନକୁ ଅପେକ୍ଷା

 

ଧାମରା:ଧାମରା ନିକଟସ୍ଥ ଚନ୍ଦନୀପାଳ ଠାରେ ଜେଟି ନିର୍ମାଣକୁ ନେଇ ଥିବା ସମସ୍ୟା ସମାଧାନ ହେବାରେ ଲାଗିଛି। ଅନ୍ୟ ପକ୍ଷରେ ଏହି ସ୍ଥାନକୁ କିଛି ଜବରଦଖଲକାରୀ ନିଜ କବଜାକୁ ନେଇ ନିଜର ବୋଲି ଦାବୀ କରୁଥିବା ଜଣାଯାଇଛି।
ପ୍ରାପ୍ତ ଖବରରୁ ପ୍ରକାଶ ଭଦ୍ରକ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଆଜି ଚନ୍ଦନୀପାଳକୁ ଆସି କ୍ଷେତ୍ରୀୟ ପରିଦର୍ଶନ କରିବା ସହ ସ୍ଥାନୀୟ ମତ୍ସ୍ୟଜିବୀମାନଙ୍କୁ ଭେଟିଥିଲେ। ଖୁବଶୀଘ୍ର ପ୍ରଶାସନ ସେମାନଙ୍କର ସମସ୍ତ ଅସୁବିଧା ଦୂର ହେବା ସହ ଏହି ସ୍ଥାନରେ ଏକ ଜେଟି ନିର୍ମାଣ ଚୁଡାନ୍ତ ହୋଇ ସାରିଛି ବୋଲି କହିଥିଲେ। ସେଥିପାଇଁ ସମସ୍ତ ସମାଧାନ କରି ସମସ୍ତ କାଗଜପତ୍ର ସେ ମତ୍ସ୍ୟବିଭାଗକୁ ପଠାଇ ଦେଇଛନ୍ତି। ମତ୍ସ୍ୟବିଭାଗ ପକ୍ଷରୁ ଏଠାରେ ଜେଟି ନିର୍ମାଣ ପାଇଁ ଖୁବ ଶୀଘ୍ର ଟେଣ୍ଡର ହେବ ବୋଲି ଜଣାଯାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଦୀର୍ଘ ୫୦ବର୍ଷ ହେବ ଚନ୍ଦନୀପାଳ ଠାରେ ଶତାଧିକ ମତ୍ସ୍ୟଜିବୀ ସେମାନଙ୍କ ଜିବୀକା ନିର୍ବାହ କରି ଆସୁଥିବା ବେଳେ ଚନ୍ଦନୀପାଳରେ ଏକ ଜେଟି ନିର୍ମାଣର ଯଥାର୍ଥତା ରହିଛି ବୋଲି ମତ୍ସ୍ୟଜିବୀମାନେ ରାଜ୍ୟ ସରକାରଙ୍କ ପାଖରେ ଦାବୀ କରି ଆସୁଥିଲେ। ଏହି ଦାବୀର ଯଥାର୍ଥତା ରହିଛି ବୋଲି ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଅବଗତ ହେବା ସହ ଏହି ବିଷୟରେ ରାଜ୍ୟ ସରକାରଙ୍କ ଅଧିନରେ ଥିବା ମତ୍ସ୍ୟ ବିଭାଗର ସମସ୍ତ ପଦାଧିକାରୀଙ୍କୁ ଅବଗତ କରାଇଥିଲେ।
ମତ୍ସ୍ୟ ବିଭାଗର ଅଧିକାରୀଙ୍କ ପାଖରୁ ସବୁଜ ସଙ୍କେତ ଆସିବା ପରେ ଚନ୍ଦନୀପାଳ ଠାରେ ଜେଟି ନିର୍ମାଣର ଆଶା ଉଜୀବିତ ହୋଇଛି। ମତ୍ସବିଭାଗର ଅଧିକାରୀ ବାଲେଶ୍ୱର ମତ୍ସ୍ୟବିଭାଗର ଏଡିଏଫ ଏବଂ ଭଦ୍ରକ ଜିଲା ମତ୍ସ୍ୟ ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ଚନ୍ଦନୀପାଳ ଠାରେ ୫କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ଜେଟି ନିର୍ମାଣ ହେବାକୁ ଯାଉଛି। ଆଜି ଭଦ୍ରକ ଜିଲାପାଳଙ୍କ ସହ ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର, ତହସିଲ ସୁପରଭାଇଜର ଦାଶରଥି ଦାସ ପ୍ରମୁଖ ଆସି ଅମର ନଗର ମୌଜାରେ ଖାତା ନଂ ୧୧୯(ରକ୍ଷିତ), ପ୍ଲଟ ନଂ ୩୨୦ ଜମି ମତ୍ସ୍ୟବିଭାଗକୁ ଯୋଗାଇ ଦିଆଯାଇଛି। ଏହି ଜମିରେ କୌଣସି ମୂଲ୍ୟବାନ ଗଛ ନଥିବା ବେଳେ କିଛି ସ୍ଥାନୀୟ ବାସିନ୍ଦା ଏହି ଜମିର କିଛି ସ୍ଥାନକୁ ଅବରୋଧ କରି ରଖିଛନ୍ତି ବୋଲି ମତ୍ସ୍ୟଜିବୀମାନଙ୍କ ନିକଟରୁ ପ୍ରକାଶ। ଏହି ଜମିର କିଷମ “ଆଡି” ଥିବା ବେଳେ ଏହାର କିଷମ ପରିବର୍ତ୍ତନ କରାଯାଇ ମତ୍ସ୍ୟବିଭାଗକୁ ପ୍ରଦାନ କରାଯାଇଛି। ଚନ୍ଦନୀପାଳ ଠାରେ ଜେଟି ନିର୍ମାଣ ପାଇଁ ୫୦ ଡେସିମିଲ ଜମିର ଆବଶ୍ୟକତା ପଡୁଥିବା ବେଳେ ମତ୍ସ୍ୟ ନିଲାମ ଗୃହ ତଥା ପ୍ୟାକିଂ ହଲ ଏବଂ ବିଶ୍ରାମ ଗୃହ ପାଇଁ ସମୁଦାୟ ଜମିର ଆବଶ୍ୟକତା ରହିଛି ବୋଲି ସ୍ଥାନୀୟ ମତ୍ସ୍ୟଜିବୀ ସଂଘ ପ୍ରଶାସନ ନିକଟରେ ଦାବୀ ଜଣାଇଥିଲା।

ଆଜିର ଜିଲାପାଳଙ୍କ ପରିଦର୍ଶନ ପରେ ଚନ୍ଦନୀପାଳ ଠାରେ ଥିବା ମତ୍ସ୍ୟଜିବୀ ସଂଘ ପକ୍ଷରୁ ଜିଲାପାଳଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି। ଆଜିର ଏହି କ୍ଷେତ୍ରୀୟ ପରିଦର୍ଶନ ସମୟରେ ଚନ୍ଦନୀପାଳ ମତ୍ସ୍ୟଜିବୀ ସଂଘର ଅଶୋକ ଗିରି, ଦୁଶାସନ ଦାସ, ଅମଲ ଜାନା, ଅତୁଲ ଜାନା, ଜିଲା ପରିଷଦ ସଦସ୍ୟ ବଳଭଦ୍ର ଲେଙ୍କା, ଦୋସିଙ୍ଗା ପଞ୍ଚାୟତ ସରପଂଚ ରାମକ୍ରିଷ୍ନ ଜାନା, ଶଶାଙ୍କ ସେଖର ଜେନାଙ୍କ ସମେତ ଚନ୍ଦନୀପାଳ ଠାରେ ଥିବା ବାଲିିଚର ମତ୍ସ୍ୟଜିବୀ ସଂଘର କର୍ମକର୍ତାମାନେ ଉପସ୍ଥିତ ଥିଲେ।

Spread the love