September 17, 2025

ଚାକିରୀ କରାଇଦେବା ପାଇଁ ନେଉଥିଲେ ଲାଞ୍ଚ, ମାଡିବସିଲା ଭିଜିଲାନ୍ସ

 

ନୀଳଗିରି ୩୦।୦୯: ନୀଳଗିରି ସିଡିପିଓ ଅଫିସରେ ଭିଜିଲାନ୍ସ ର ଚଢ଼ାଉ । ଚାକିରୀ କରାଇ ଦେବା ନାଁରେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ସୁପରଭାଇଜର । ମାଡିବସିଲା ଭିଜିଲାନ୍ସ ଟିମ୍‌ । ସୁପରଭାଇଜର ସୁବର୍ଣା ସିଂ ଗିରଫ କରିଛି ଭିଜିଲାନ୍ସ ।

ଖବର ଅନୁଯାୟୀ, ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅଧିନ ନରଣପୁର ପଞ୍ଚାୟତର  ଅଙ୍ଗନବାଡି -୨ରେ ଅଙ୍ଗନବାଡି କର୍ମୀ ଚାକିରୀ କରାଇ ଦେବାକୁ ସୀତାମଣି ଦେହୁରୀଙ୍କୁ ସୁପଭାଇଜର ଟଙ୍କା ଲାଞ୍ଚ ମାଗିଥିଲେ। ସେ ପୂର୍ବରୁ ବାଲେଶ୍ବର ଭିଜିଲାନ୍ସ ନିକଟରେ  ଅଭିଯୋଗ କରିଥିଲେ। ଭିଜିଲାନ୍ସ ଏସ୍‌ପି ସନ୍ତୋଷ ମିଶ୍ରଙ୍କ ନିର୍ଦ୍ଦେଶରେ ଡ଼ିଏସପି ସନ୍ତୋଷ ସମନ୍ତରାୟ ଏକ ଟିମ ମାଧ୍ୟମରେ ସିଡ଼ିପିପିଓ ଅଫିସରେ ଜଗିରହିଥିଲେ। ଆଜି ସୀତାମଣିଙ୍କ ସମ୍ପର୍କୀୟ ସୁପରଭାଇଜର ସୁବର୍ଣା ସିଂ ଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ଦେବା ବେଳେ ମାଡି ବସିଥିଲା ଭିଜିଲାନ୍ସ । ଟଙ୍କାରେ କେମିକାଲ ଦେଇଥିବା ବେଳେ ତାଙ୍କ ହାତ ମଧ୍ୟ ରଙ୍ଗ ବାହାରିଥିଲା। ତାଙ୍କୁ ଗିରଫ କରି ବାଲେଶ୍ଵର ମୁଖ୍ୟ ଅଫିସକୁ ନେଇଛି ଭିଜିଲାନ୍ସ ।

Spread the love