
ଜୟପୁର ୬।୯: ପୁଣିଥରେ ଜୟପୁର ସଦର ପୋଲିସ ଦ୍ବାରା କୋଟିଏ ଟଙ୍କାର ଗଂଜେଇ ଜବତ ହୋଇଛି । ରାଜ୍ୟ ବାହାରକୁ ଚାଲାଣ ପାଇଁ ଗଂଜେଇ ଲୋଡିଂ ହେଉଥିବା ବେଳେ ଜୟପୁର ନିକଟସ୍ଥ ଜବାକନାଡି ଅଂଚଳରୁ ୧ ଟନ୍ ୮ କେଜି ଗଂଜେଇ ଜବତ ହୋଇଛି। ଏହାର ଆନୁମାନିକ ବଜାର ମୂଲ୍ୟ କୋଟିଏ ୫ ଲକ୍ଷ ଟଙ୍କା ହେବ ବୋଲି ଜୟପୁର ଏସଡିପିଓ କହିଛନ୍ତି। ଏହି ଘଟଣାରେ ୩ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଗୋଟିଏ ଟ୍ରକ୍ ସହ ଗୋଟିଏ କାର୍, ଗୋଟିଏ ବାଇକ୍, ୪ଟି ମୋବାଇଲ୍ ସହ ନଗଦ ୧ ଲକ୍ଷ ୬୫ ହଜାର ଟଙ୍କା ଜବତ କରିଛି ପୋଲିସ । ଏସବୁ ଗଂଜେଇ ଜଲାପୁଟ ଅଂଚଳରୁ ଆଣି ରାଜ୍ୟ ବାହାରକୁ ଚାଲାଣ ହେଉଥିଲା।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍